Below header

ଆରମ୍ଭ ହେବାକୁ ଯାଉଛି ଖରମାସ, ଏବେ ୧ ମାସ ଯାଏ ହେବ ନାହିଁ କୌଣସି ଶୁଭକାର୍ଯ୍ୟ

ଚଳିତ ଥର ୧୬ ଡିସେମ୍ବରରୁ ଆରମ୍ଭ ହେଉଛି । ତେଣୁ ୧ ମାସ ଧରି ଅର୍ଥାତ ୧୪ ଜାନୁଆରୀ ଯାଏ କୌଣସି ଶୁଭ କାର୍ଯ୍ୟ ହେବ ନାହିଁ । ହିନ୍ଦୁ ଧର୍ମରେ ଖରମାସର ବିଶେଷ ମହତ୍ୱ ରହିଛି । ଖରମାସକୁ ଅଧିକ ମାସ ବା ମଳମାସ ଭାବେ ମଧ୍ୟ ଜଣାଯାଇଥାଏ । ଏହି ମାସରେ ମାଙ୍ଗଳିକ କାର୍ଯ୍ୟ କରାଯିବା ଉଚତି ନୁହେଁ । ଧନୁ ସଂକ୍ରାନ୍ତିରେ ଆରମ୍ଭ ହେବାକୁ ଯାଉଥିବା ଏହି ମାସ ମକର ସଂକ୍ରାନ୍ତିରେ ଶେଷ ହେବ ।

ଜ୍ୟୋତିଷ ଗଣନା ଅନୁସାରେ, ଗୋଟିଏ ବର୍ଷରେ ପୁରା ୧୨ ସଂକ୍ରାନ୍ତି ହୋଇଥାଏ । ଯେବେ ସୂର୍ଯ୍ୟ ଗ୍ରହ କୌଣସି ରାଶିରେ ପ୍ରବେଶ କରିଥାନ୍ତି,ତାକୁ ସଂକ୍ରାନ୍ତି କୁହାଯାଇଥାଏ । ୧୨ ସଂକ୍ରାନ୍ତିରେ ଧନୁ ଓ ମୀନ ସଂକ୍ରାନ୍ତି କିଛି ଖାସ ହୋଇଥାଏ । କାରଣ ଏହି ସଂକ୍ରାନ୍ତି ଆରମ୍ଭ ହେବା ପରେ ଆଗାମୀ ସଂକ୍ରାନ୍ତି ଯାଏ କୌଣସି ଶୁଭ କାର୍ଯ୍ୟ ଯେମିତି ମୁଣ୍ଡନ, ଗୃହ ପ୍ରବେଶ,ବିବାହ ଓ ବ୍ରତ ଆଦି ହୋଇ ନଥାଏ । ଖର ମାସ ବର୍ଷରେ ଦୁଇଥର ପଡିଥାଏ । ପ୍ରଥମ ଖରମାସ ମୀନ ସଂକ୍ରାନ୍ତି ଓ ଦ୍ୱିତୀୟ ଧନୁ ସଂକ୍ରାନ୍ତିରେ ପଡିଥାଏ । ଚଳିତ ବର୍ଷ ଧନୁ ସଂକ୍ରାନ୍ତି ୧୬ ଡିସେମ୍ବର ୨୦୨୨ ରେ ପଡୁଛି । ଅର୍ଥାତ ଏହି ଦିନ ଠାରୁ ୧ ମାସ ପର୍ଯ୍ୟନ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିବ । ଏହାଛଡା ଏହି ମାସରେ ଅନ୍ୟ କିଛି କାର୍ଯ୍ୟ ମଧ୍ୟ କରିବାକୁ ବାରଣ କରାଯାଇଛି ।

ଖରମାସ କେବେ

ବୈଦିକ ପଞ୍ଚାଙ୍ଗ ଅନୁସାରେ ଖରମାସ ୧୬ ଡିସେମ୍ବରରୁ ଆରମ୍ଭ ହେଉଛି । ଏହା ପୁରା ୧ ମାସ ରହିବ । ୨୦୨୩ ଜାନୁଆରୀ ୧୪ ତାରିଖରେ ଖରମାସ ସମାପ୍ତ ହେବ । ୧୪ ଜାନୁଆରୀରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ଖରମାସ ସମାପ୍ତ ହେବ ।

ଖରମାସ ସମୟରେ କରନ୍ତୁ ନାହିଁ ଏହି କାମ

ଖରମାସରେ ବ୍ୟକ୍ତିକୁ ତାମସିକ ଭୋଜନ(ରସୁଣ,ପିଆଜ), ମଦ, ମାଂସ ଠାରୁ ଦୂରରେ ରହିବା ଉଚିତ୍‌ ।

ଖରମାସରେ ତମ୍ବା ପାତ୍ରରେ ରଖିଥିବା ପାଣି ଓ ଭୋଜନକୁ ସେବନ କରିବା ଉଚିତ୍‌ ନୁହେଁ । କୁହାଯାଏ ଏହା ସ୍ୱାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଇଥାଏ ।

ଖର ମାସରେ ମାଙ୍ଗଳିକ କାର୍ଯ୍ୟ କରାଯିବା କଥା ନୁହେଁ ।

ଖରମାସରେ କିଛି ନୂଆ କାର୍ଯ୍ୟ କରିବା ଉଚିତ ନୁହେଁ । ବ୍ୟବସାୟ ଆରମ୍ଭ କରିବା କଥା ନୁହେଁ । କୁହାଯାଏ ଖର ମାସରେ ବେପାର ଆରମ୍ଭ କଲେ ସଫଳତା ମିଳିନଥାଏ । ଧନହାନିର ସାମନା କରିବାକୁ ପଡିଥାଏ ।

ଖର ମାସରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିବା ଉଚିତ୍‌ ନୁହେଁ । କୁହଯାଏ ଏହି ମାସରେ ତିଆରି ହୋଇଥିବା ଘରେ ରହୁଥିବା ବ୍ୟକ୍ତି କେବେ ସୁଖ ସମୃଦ୍ଧି ପାଇ ନଥାଏ ।

ଖର ମାସରେ ଗାଡି, ଘର,ଫ୍ଳାଟ୍‌ ଓ ଆଭୁଷଣ ଆଦି କିଣିବା ମଧ୍ୟ ମନା ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏ ସମୟରେ ଭଲ ପ୍ରଭାବ ପଡିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.