କୋରାପୁଟରେ କାର ସହ ମୋଟର ସାଇକଲର ମୁହାଁମୁହିଁ ଧକ୍କା: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କୋରପୁଟ(କେନ୍ୟୁଜ୍): କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ମୋଟର ସାଇକଲର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ମୃତକ ହେଉଛନ୍ତି ଚଣ୍ଡୁଆ ଗାଁର ସହଦେ ମୁଦୁଲି । ଗୁରୁତର ଚନ୍ଦ୍ରମା ମୁଦୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲମତାପୁଟ-ଜୟପୁର ରାସ୍ତାର କଡ୍ରି ଗାଁ ରେ ଏହି ଦୁର୍ଘଟଣା ହୋଇଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଲମତାପୁଟ- ଜୟପୁର ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । କାର୍‌ ଚାଳକଙ୍କୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.