Below header

ଅଶୁଭ ଗୁରୁବାର, ସଡ଼କ ଦୁର୍ଘଟଣାରେ ବାଲେଶ୍ବରର ଜଣେ ଓ କଳାହାଣ୍ଡିର ଏକ ପରିବାରର ଚାଲିଗଲା ଜୀବନ

ବାଲେଶ୍ଵର/କଳାହାଣ୍ଡି(କେନ୍ୟୁଜ୍):  ବାଲେଶ୍ଵର  ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର । ଆଜି ସକାଳ ୮.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ ଅଜଣା ଗଡ଼ି ବାଇକକୁ ଧକ୍କା ଦେଇଥିବା ଜଣାପଡିଛି ।

baleswar 1

ସୂଚନା ମୂତାବକ ସିମୁଳିଆ ଗୋବିନ୍ଦପୁରର ଧନେଶ୍ଵର ମିଶ୍ର ତାଙ୍କ ପତ୍ନୀ ସୁମିତ୍ରା ମିଶ୍ର ନିଜ ଶ୍ଵଶୁର ଘର ଜଳେଶ୍ଵର ଶାଳୀ କୋଠା ଯାଉଥିବା ବେଳେ  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣା ସ୍ଥଳରେରେ ହିଁ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ସ୍ଵାମୀ ଧନେଶ୍ଵରକୁ ବାଲେଶ୍ୱରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରୀ ରହିଛି । ଦୁର୍ଘଟଣା ପରେ ସଦରଥାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

ସେହିପରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଠାରେ  ବାଇକ୍ ଉପରେ ମାଡି ଗଲା ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ । ବାଇକ୍ ଚାଳକ ସହ ପଛପଟେ ବସିଥିବା ଜଣେ ନାବାଳିକା ଝିଅ ସମେତ ଘଟଣା ସ୍ଥଳରେର ସ୍ବାମୀ ଓ ସ୍ତ୍ରୀ ମୃତ । ମୃତକ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ପରିଚୟ ଏଯାବତ ମିଳିପାରି ନାହିଁ ।

ଦୁର୍ଘଟଣା ଘଟାଇ ଥିବା ବସଟି କେଗାଁ ପଟୁ ଧର୍ମଗଡ ଅଭିମୁଖେ ଫେରୁଥିବା ବେଳେ ବାଇକଟି ଗୋଲାମୁଣ୍ଡାରୁ କେଗାଁ ପଟେ ଯାଉଥିବା ସମୟରେ ପିଟି ହୋଇଥିଲା।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ନାବାଳିକାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଧର୍ମଗଡ଼ ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରିଛି । ଗୁରୁତର ନାବାଳିକା ଝିଅ ମଧ୍ୟ ଚିକିତ୍ସା ସମୟରେ ମୃତ ବରଣ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.