ବିବିସି ଲାଇଭ୍‌ ରେଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପଶବ୍ଦ ବ୍ୟବହାର କଲେ କଲ୍‌ର, ଶୋ’ଥିଲା ଯୁକ୍ତରାଜ୍ୟରେ

ନୂଆଦିଲ୍ଲୀ : ବିବିସି ରେଡ଼ିଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବାହର କରିଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ୟୁକେରେ ବିବିସି ଏସିୟନ୍‌ ନେଟ୍‌ଓ୍ଵର୍କ ଦ୍ୱାରା ଚାଲିଥିବା ଏକ ଲାଇଭ ଭିଡିଓ ଶୋ’ରେ ଜଣେ କଲର(ଫୋନ୍‌କର୍ତ୍ତା) ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ୯୯ ବର୍ଷ ବୟସ୍କା ମା’ଙ୍କ ସମ୍ପର୍କରେ ଅପଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ ବ୍ରିଟେନ୍‌ରେ ରହୁଥିବା ଭାରତୀୟ ଟ୍ଵିଟରରେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କ’ଣ ଥିଲା ଏହି କାର୍ଯ୍ୟକ୍ରମ

ଶିଖ୍‌ଙ୍କ ଉପରେ ବିବିସି ର ଏହି କାର୍ଯ୍ୟକ୍ରମ ୩ ଘଣ୍ଟା ଧରି ଚାଲିଥିଲା । ବ୍ରିଟିସ୍‌ ସୋପ୍‌ ଓପେରା ଇଷ୍ଟେଡର୍ସ ଙ୍କ ଏକ ଏପିସୋଡ୍‌ ରେ ଶିଖଙ୍କ ପଗଡ଼ି କୁ ତାଜ୍‌ କହିକରି ଡକାଯାଉଥିଲା । ବିବିସି ସାଉଣ୍ଡ୍‌ସ ଏହା ଉପରେ ଲୋକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ପ୍ରୟାସ କରିଥିଲା କି ‘ୟୁକେରେ ଶିଖ ସମୁଦାୟ ଏହାକୁ ନେଇ ଗର୍ବ ଅନୁଭବ କରନ୍ତି ନା ନାହିଁ ।’ ଏହି କାର୍ଯ୍ୟକ୍ରମକୁ ଆଙ୍କର ପ୍ରିୟା ରାୟ ହୋଷ୍ଟ କରୁଥିଲେ ।

photo credit: hindi.news18.com

କିଏ ଥିଲା ଏହି କଲ୍‌ର(ଫୋନ୍‌ କର୍ତ୍ତା)

ଏହି ଶୋ’ରେ ହୋଷ୍ଟ ବହୁତ ଶ୍ରୋତାଙ୍କ ଠାରୁ କଲ୍‌ ନେଉଥିଲେ । ଯେଉଁମାନେ ଦେଶରେ ଶିଖ୍‌ଙ୍କ ସଂଘର୍ଷ ଉପରେ ନିଜର ରାୟ ଦେଉଥିଲେ । ଏହି ସମୟରେ ଜଣେ କଲ୍‌ର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମାଙ୍କୁ ନେଇ ଅପଶବ୍ଦ ବ୍ୟବହାର କରିଥିଲେ । ଅଚାନକ ତାଙ୍କର ଅପଶବ୍ଦ ଶୁଣି ହୋଷ୍ଟ ମଧ୍ୟ ଚକିତ ହୋଇଯାଇଥିଲେ । କାରଣ ସେ ବି ହଠାତ୍‌ ଏପରି କଲ୍‌ ଆଶା କରିନଥିଲେ । ଅପଶବ୍ଦ ବ୍ୟବହାର କରିଥିବା ଏହି ବ୍ୟକ୍ତି ଥିଲେ ସାଇମନ୍‌ । ତାଙ୍କର ପୂର୍ବରୁ ବି ଏପରି ଆପତ୍ତିଜନକ କମେଣ୍ଟ କରିବାର ରେକର୍ଡ ରହିଛି ।

ସାଇମନ୍‌ଙ୍କ ଅପଶବ୍ଦ ଶୁଣି ହୋଷ୍ଟ ପ୍ରିୟା ରାୟ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରି କହିଥିଲେ ‘ ଆପଣ ୧ ସେକେଣ୍ଡ ରୁହନ୍ତୁ, କଲ୍‌ କରିଥିବାରୁ ଧନ୍ୟବାଦ କହି କଲ୍‌ କାଟି ଦେଇଥିଲେ । ଶୋ’ର ଏହି ଭାଗ ସୋସିଆଲ୍‌ ମିଡିଆରେ ଶେୟାର କରାଯିବାରୁ ଏହାକୁ ନେଇ ବହୁ ଆପତ୍ତି ଉଠିଛି । ବହୁତ ଲୋକ ହୋଷ୍ଟଙ୍କ ସହ ବିବିସି କୁ ମଧ୍ୟ ଗାଳି କରିଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.