Below header

ବ୍ରହ୍ମପୁରର ମେମୋରୀ ଗାର୍ଲ, ଗୁଗଲ ଭଳି ଯାହା ପଚାରିଲେ ମୁହଁରେ ରହୁଛି ଉତ୍ତର

ବ୍ରହ୍ମପୁର (କେନ୍ୟୁଜ) : ଯାହା ପଚାରିଲେ ଫଟାଫଟ ଉତ୍ତର। ନାମ ତାହାର ଜିଜ୍ଞାସା, ନାମ ଯେମିତି ଜ୍ଞାନ ବି ସେମିତି। ବୟସ ମାତ୍ର ୪ ବର୍ଷ। ଏଯାଏଁ ସ୍କୁଲରେ ପାଦ ଥାପିନି ସେ, କିନ୍ତୁ ଅନର୍ଗଳ କହୁଛି ସାଧାରଣ ଜ୍ଞାନ। ଆଚ୍ଛା ଆଚ୍ଛା ଲୋକବି ହାର ମାନିବେ ଜିଜ୍ଞାସା  ।

ରାଜ୍ୟ ଦେଶ ପୌରାଣିକ କଥା ଯାହା କିଛି ପଚାରନ୍ତୁ ସବୁର ଉତ୍ତର ଫଟାଫଟ। ଜିଜ୍ଞାସାଙ୍କ ଏଭଳି ମନେ ରଖିବାକୁ ଦେଖି ଯେ କେହିବି ମଧ୍ୟ ବିଶ୍ବାସ କରୁନଥିଲେ ବି ଏହା ସତ। ଏହି ପ୍ରତିଭାବାନ୍‌ କୁନି ଝିଅ ହେଉଛନ୍ତି ବ୍ରହ୍ମପୁର ପାଣିଗ୍ରାହୀ ନଗରର ଜିଜ୍ଞାସା ମହାନ୍ତି । ଏଯାଏଁ ବିଦ୍ୟାଳୟରେ ପାଦ ଥାପିନି। ତଥାପି ତାହାର ଜ୍ଞାନ ଏତେ ପ୍ରଖର ଯେ ଜଣେ ସାଧାରଣ ଲୋକ ଆବାକ୍‌ ହୋଇଯିବ । ସାଧାରଣ ଜ୍ଞାନ, ପୂର୍ବ ପୁରୁଷ, ସଂସ୍କୃତି ଓ ପରମ୍ପରା ହେଉ ଅବା ଅନ୍ୟ କୌଣସି ବିଷୟରେ ବି ଯେଉଁ ପ୍ରଶ୍ନ ପଚାରିବେ ତାହା ଫଟାଫଟ୍ ଉତ୍ତର ଦେଉଛନ୍ତି ଏହି ଶିଶୁ ।

memoryନିଜର ଏହି ପ୍ରତିଭା ପାଇଁ ବ୍ରହ୍ମପୁରରେ ଚର୍ଚ୍ଚାରେ ଏହି କୁନି ଝିଅଟି। କୁକୁଡ଼ାଖଣ୍ଡି ବ୍ଳକ ଲଙ୍ଗଳଦେଇ ଗ୍ରାମର ଜିତେନ୍ଦ୍ର ମହାନ୍ତି ସଓ ଗାୟତ୍ରୀ ମହାନ୍ତିଙ୍କ ଝିଅ ଜିଜ୍ଞାସା ପିଲା ଦିନରୁ ବ୍ରହ୍ମପୁର ପାଣିଗ୍ରାହୀ ନଗର ସ୍ଥିତ ତାଙ୍କ ମାଉସୀଙ୍କ ଘରେ ପିଲା ଦିନରୁ ରହି ଆସୁଛନ୍ତି। ପିଲାଟି ଦିନରୁ ବିଭିନ୍ନ ବିଷୟରେ ଶୁଣି ସେ ମନେ ରଖିଛନ୍ତି ସମସ୍ତ ବିଷୟ । କେବଳ ଯେ ବ୍ରହ୍ମପୁର ସହରର ନୁହେଁ ବରଂ ଜିଲ୍ଲା, ରାଜ୍ୟ ଏବଂ ଦେଶର ବିଭିନ୍ନ ବିଷୟରେ ଯେଉଁ ପ୍ରଶ୍ନ ବି ପଚାରିଲେ ସମସ୍ତ ଉତ୍ତର ରହିଛି ଜିଜ୍ଞାସାଙ୍କ ପାଖରେ। ଦେଖନ୍ତୁ କିଭଳି ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି ଜିଜ୍ଞାସା।

jingyasପିଲାଟି ଦିନରୁ ନିଜ ମାଉସୀ ବିଷ୍ଣୁପ୍ରିୟାଙ୍କ ପାଖରେ ରହୁଛନ୍ତି ଜିଜ୍ଞାସା । ଜିଜ୍ଞାସାକୁ ସମସ୍ତ ବିଷୟରେ ପାଠ ପଢ଼ାନ୍ତି ମାଉସୀ ବିଷ୍ଣୁପ୍ରିୟା। ବିଷ୍ଣୁପ୍ରିୟା ତାଙ୍କୁ ଯେତେବେଳେ ପାଠ ପଢ଼ାନ୍ତି ତାଙ୍କୁ ପାଠପଢ଼ାକୁ ନେଇ କୌଣସି ଅସୁବିଧା ହୋଇନଥାଏ। ସମସ୍ତ ବିଷୟକୁ ଅତି ସହଜରେ ବୁଝିନିଏ ଜିଜ୍ଞାସା। ପିଲାଟି ଦିନରୁ ହିଁ ଯେଉଁ କଥା ଜିଜ୍ଞାସାକୁ ଥରେ ବୁଝାଯାଉଥିଲା ତାହାକୁ ମନେ ରଖୁଥିଲେ ସେ । ଏହିଭଳି ଭାବେ ବର୍ତ୍ତମାନ ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ପ୍ରତ୍ୟେକ ବିଷୟରେ ଜିଜ୍ଞାସାଙ୍କ ଜ୍ଞାନ ରହିଛି ।

ଜିଜ୍ଞାସାଙ୍କ ଏଭଳି ଅସାଧାରଣ ପ୍ରତିଭାକୁ ଦେଖି ଯେ କେହି ମଧ୍ୟ ଆବାକ୍‌ ହୋଇଯିବେ। ଆମେ ତ କହିବୁ ଇଶ୍ୱରଙ୍କ ବରଦାନ ଭଳି ବ୍ରେନ ପାଇଛନ୍ତି ଜିଜ୍ଞାସା। ଆଉ ତାଙ୍କ ମାଉସର ବି ତାଙ୍କୁ ଏଥିରେ ଖୁବ୍‌ ସାହାଯ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.