ଗଛପଡି ଭାଙ୍ଗିଲା ଘର, ଅଳ୍ପକେ ରକ୍ଷା ପାଇଲା ୪ ଜୀବନ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଧାମରାରେ ବାତ୍ଯା ଅମ୍ଫନର ତାଣ୍ଡବ ଦେଖିବାକୁ ମିଳିଛି । ଧାମରା ଜାଗୁଳା ପଞ୍ଚାୟତର ଜାଗୁଳା ଗାଁର ଲକ୍ଷ୍ମୀଧର ବାରିକଙ୍କ ମାଟି ଘର ଉପରେ ଏକ ବଡ ଗଛ ଭାଙ୍ଗିବା ପଡିବାରୁ ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଘର ଭିତରେ ୪ ଜଣ ଥିବା ବେଳେ ଗଛ ଭାଙ୍ଗିବା ଶବ୍ଦ ଶୁଣି ବାହାରକୁ ବାହାରିଆସିଥିଲେ । ସେହିପରି ଜାଗୁଳା ପାଇକସାହିର ୨ ଜଣଙ୍କ ପକ୍କା ଘର ଉପରେ ଗଛ ପଡିରହିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.