Below header

ରାଜ୍ୟରେ ୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ଆଉ ନୂଆ ୭୪ ପଜିଟିଭ୍ ୧ ମୃତ୍ୟୁ

କେନ୍ୟୁଜ ବ୍ୟୁରୋ: ରାଜ୍ୟରେ ୧ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ନୂଆ ୭୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ନୂଆ ଜିଲ୍ଲା ଭାବେ ମାଲକାନଗିରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରେ ସର୍ବାଧିକ ୨୮, ପୁରୀରେ ୧୧, କଟକରେ ୯, ଖୋର୍ଦ୍ଧାରେ ୭ ଗଞ୍ଜାମ ଓ ଯାଜପୁରରୁ ୬ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୨ ବାଲେଶ୍ୱର , ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ୭୪ରୁ ୭୨ଜଣ କ୍ୱାରେଣ୍ଚାଇନ୍‌ରେ ଥିଲେ। ସେପଟେ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.