ଭଦ୍ରକ ତଳ ଅସ୍ତକ ଗାଁରେ ଏକୋଇଶିଆ ଭୋଜି ଖାଇ ୪୦ ଜଣ ଅସୁସ୍ଥ

ଭଦ୍ରକ (କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ହସନାବାଦ ପଞ୍ଚାୟତର ତଳ ଅସ୍ତକ ଗାଁରେ ଭୋଜି ଖାଇ ୪୦ ଜଣ ଅସୁସ୍ଥ । ସମସ୍ତଙ୍କୁ ପ୍ରଥମେ ଯାଜପୁର ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତକାଲି କୈଳାଶ ବେହେରାଙ୍କ ଘରେ ଏକୋଇଶିଆ ଭୋଜି ହୋଇଥିଲା । ଭୋଜି ଖାଇବା ପରେ ୪୦ ଜଣରୁ ଅଧିକ ଗ୍ରାମବାସୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକ ଅସୁସ୍ଥଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଚି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.