ବୈତରଣୀକୁ ଧସିଲା ଲଞ୍ଚ ଘାଟର ୪୦ ଫୁଟ ଲମ୍ୱର ବନ୍ଧ, ଯାତ୍ରୀ ଭୟଭୀତ

ଧସିଲା ବନ୍ଧ । ଭୟଭୀତ ଅଞ୍ଚଳବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଲଞ୍ଚ ଘାଟର ୪୦ ଫୁଟ ଲମ୍ୱର ବନ୍ଧ ବୈତରଣୀ ନଦୀକୁ ଧସିଛି ।

ଚାନ୍ଦବାଲି : ଧସିଲା ବନ୍ଧ । ଭୟଭୀତ ଅଞ୍ଚଳବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଲଞ୍ଚ ଘାଟର ୪୦ ଫୁଟ ଲମ୍ୱର ବନ୍ଧ ବୈତରଣୀ ନଦୀକୁ ଧସିଛି । ଫଳରେ ବିପଦପୂର୍ଣ୍ଣ ହୋଇପଡିଛି ଲଞ୍ଚ ଘାଟର ଗୋଟିଏ ପାଖ । ଘାଟକୁ ଲାଗିକରି ଥିବା ଲଞ୍ଚ ଅଫିସ୍ ଘର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ହେଲା ଏହି ଲଂଚ ଘାଟର ଧସିଯାଇଥିବା ସ୍ଥାନଟି ମରାମତି ଅଭାବରୁ ଅସୁରକ୍ଷିତ ହୋଇପଡିଥିଲା ।

ଏବେ ଘାଟରୁ ବନ୍ଧ ଧସିଯିବା ଫଳରେ ଅସୁରକ୍ଷିତ ହୋଇପଡିଛି ଲଂଚ ଘାଟଟି । ଏହି ଲଂଚ ଘାଟରୁ ପ୍ରତିଦିନ ଶହ ଶହ ଯାତ୍ରୀ, ବୋଟ ଯୋଗେ ଧାମରା , ତାଳଚୁଆ , ଡାଙ୍ଗମାଳ ଆଦି ସ୍ଥାନକୁ ଯାଇଥାନ୍ତି । ତେଣୁ ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତୁରନ୍ତ ଧସିଯାଇଥିବା ସ୍ଥନକୁ ମରାମତି କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.