ଗଞ୍ଜାମର ଫେଣା ମିଠା: ବାସ୍ନା ଯେମିତି ସ୍ୱାଦ ବି ସେମିତି

ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ମିଠା ଦେଖିବାକୁ ମିଳିଥାଏ । ସେସବୁ ମଧ୍ୟରୁ ଫେଣା ମିଠା ଅନ୍ୟତମ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହା ବହୁଳ ପରିମାଣରେ ତିଆରି କରାଯାଇଥାଏ। ଖାସ୍ କରି ଗୁଡ଼ିଆ ଲୋକ ମାନେ ଏହି ଫେଣା ତିଆରି କରିଥାନ୍ତି ।

ବ୍ରହ୍ମପୁର(କେନ୍ୟୁଜ୍‌) : ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ମିଠା ଦେଖିବାକୁ ମିଳିଥାଏ । ସେସବୁ ମଧ୍ୟରୁ ଫେଣା ମିଠା ଅନ୍ୟତମ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହା ବହୁଳ ପରିମାଣରେ ତିଆରି କରାଯାଇଥାଏ। ଖାସ୍ କରି ଗୁଡ଼ିଆ ଲୋକ ମାନେ ଏହି ଫେଣା ତିଆରି କରିଥାନ୍ତି ।

ଅନେକ ପରିବାର ମଧ୍ୟ ନିଜ ଝିଅ ବାହାଘର ବେଳେ ମିଠା ଭାର ଦେଇଥାନ୍ତି । ଯେଉଁଥିରେ ଫେଣା ଓ ସାକର ମିଠା ମୁଖ୍ୟ ହୋଇଥାଏ । କେବଳ ଚିନିରେ ପାଗ କରି ଏହି ମିଠା କରାଯାଇଥାଏ । ପୂର୍ବରୁ ବାହାଘର ସମୟରେ ଗୁଡ଼ିଆକୁ ଏହି ମିଠା କରିବା ପାଇଁ ବହୁ ପରିମାଣରେ ଅର୍ଡର ମିଳୁଥିଲା ।

mithai

କିନ୍ତୁ ଏବେ ଏହାର ଚାହିଦା ଧିରେ ଧିରେ କମିଯାଉଛି । ତଥାପି କିଛି ସ୍ଥାନରେ ଫେଣା କରୁଥିବା ଦେଖିବାକୁ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁରରେ ଦୁର୍ଗା ପ୍ରସାଦ ସାହୁଙ୍କ ପରିବାର ଏହି କୌଳିକ ବୃତ୍ତିକୁ ଆଜି ଯାଏ ବଜାୟ ରଖିଛନ୍ତି । ଏହାସହିତ ବାହାଘର ଋତୁ ଆସିଲେ ତାଙ୍କଙ୍କୁ ଭଲ ଅର୍ଡର ମିଳିଥାଏ ବୋଲି କହିଛନ୍ତି ଦୁର୍ଗା ପ୍ରସାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.