ହାଇ ୟୁରିକ୍ ଏସିଡ୍‌ ସମସ୍ୟାରେ ଚଣା ଖାଇବା ଉଚିତ୍‌ କି ? ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ହାଇ ୟୁରିକ୍ ଏସିଡ୍ ସମସ୍ୟାରେ ହାଇ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ୍ । ଯଦି କାହାର ହାଇ ୟୁରିକ୍ ଏସିଡ୍ ସମସ୍ୟା ଥାଏ, ତେବେ ସେ ଗୋଟା ଚଣା, ଚଣା ଡାଲି ଏବଂ ଚଣାରୁ ପ୍ରସ୍ତୁତ ସମସ୍ତ ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଆଜିକାଲି ସମୟ ସହିତ ହାଇ ୟୁରିକ୍ ଏସିଡ୍ ର ସମସ୍ୟା ବହୁତ ଗମ୍ଭୀର ହେବାକୁ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ବଢେ, ଏହାର ପଥର ଆପଣଙ୍କ କିଡନୀରେ ଜମା ହେବା ଆରମ୍ଭ କରେ । ଏହା ବ୍ୟତୀତ ଏହା ଶରୀରର ସମସ୍ତ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରେ ଯେପରି ଏହା ହାଡ ମଧ୍ୟରେ ପଥର ଆକାରରେ ଜମା ହୋଇ ଫୁଲିଯିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଆପଣ ହାଇ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ୍ । ତେଣୁ ଏପରି ପରିସ୍ଥିତିରେ ପ୍ରଶ୍ନ ହେଉଛି ହାଇ ୟୁରିକ୍ ଏସିଡ୍ ରେ ଚଣା ଖାଇବା ଠିକ୍‌ ନା ଭୁଲ୍‌ ? ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।

ହାଇ ୟୁରିକ୍ ଏସିଡ୍ ରେ ଚଣା ଖାଇ ପାରିବେ କି ?
ସୂଚନା ଅନୁସାରେ, ଯଦି କାହାର ହାଇ ୟୁରିକ୍ ଏସିଡ୍ ସମସ୍ୟା ଥାଏ, ତେବେ ସେ ଗୋଟା ଚଣା, ଚଣା ଡାଲି ଏବଂ ଚଣାରୁ ପ୍ରସ୍ତୁତ ସମସ୍ତ ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ଚଣାରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ, ଯେଉଁଥିପାଇଁ ୟୁରିକ୍ ଏସିଡ୍ ସମସ୍ୟା ଶୀଘ୍ର ବଢିଥାଏ । କେବଳ ଏତିକି ନୁହେଁ ଯଦି କାହାର ପୂର୍ବରୁ ହାଇ ୟୁରିକ୍ ଏସିଡ୍ ସମସ୍ୟା ଥାଏ, ତେବେ ଚଣା ଖାଇବା ଦ୍ୱାରା ଯନ୍ତ୍ରଣା ଅଧିକ ବଢିପାରେ । ତେଣୁ ଏହି ସମସ୍ତ କାରଣରୁ ଆପଣ ହାଇ ୟୁରିକ୍ ଏସିଡ୍ ରେ ଚଣା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଯଦି ଚଣା ଖାଉଛନ୍ତି ତାହେଲେ କିପରି ଖାଇବେ ?
ଯଦି ଆପଣଙ୍କର ହାଇ ୟୁରିକ୍ ଏସିଡ୍ ଅଛି, ତେବେ ଆପଣ ଅତି କମ୍ ପରିମାଣରେ ଚଣା ଖାଇବା ଉଚିତ୍ । ଏହାସହ ଚଣାକୁ ଫୁଟାଇକି ଖାଇବାକୁ ଚେଷ୍ଟା କରିବା ଉଚିତ୍ । ଏହିପରି ଭାବେ ଚଣାରେ ଫାଇବରର ପରିମାଣ ବଢିଥାଏ, ଯାହା ହଜମ ପ୍ରକ୍ରିୟାକୁ ଭଲ କରିଥାଏ । ଯାହା ଫଳରେ ଚଣାରେ ମିଳୁଥିବା ପ୍ରୋଟିନ୍ ହଜମ ହୋଇଯାଏ । ଏହା ପେଟକୁ ସଫା କରିଥାଏ ଏବଂ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେଥିପାଇଁ ଆପଣ ପ୍ରଥମେ ଚଣା ଖାଇବା ଠାରୁ ଦୂରେଇ ରୁହନ୍ତୁ ଏବଂ ଆପଣ ଏହାକୁ ଖାଉଥିଲେ ମଧ୍ୟ ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ । ଏପରି କରିବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହେବାରେ ସାହାଯ୍ୟ କରିଥାଏ । ତେବେ ଏହା ବଦଳରେ ଆପଣ ମୁଗ ଡାଲି ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.