ମୟୁରଭଞ୍ଜ: ଶିମିଳିପାଳରେ ଶିକାର ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ଛାଡି ଚମ୍ପଟ ମାରିଲେ ୪୦ ଶିକାରୀ

ରାଇରଙ୍ଗପୁର (କେନ୍ୟୁଜ୍): ଲକ ଡାଉନ ସଟଡାଉନରେ ଶିକାରୀଙ୍କ ନଜର ଏବେ ଶିମିଳିପାଳ ଉପରେ। ଶିମିଳିପାଳ ଅଭୟାରଣ୍ୟରେ ବଡଧରଣର ଶିକାର ଉଦ୍ୟମ ପଣ୍ଡ ହୋଇଛି । ବନ ବିଭାଗର ପେଟ୍ରୋଲିଂ ସମୟରେ ବନ କର୍ମଚାରୀଙ୍କୁ ଦେଖି ୪୦ରୁ ଉର୍ଦ୍ଧ୍ବ ଶିକାରୀ ଚମ୍ପଟ ମାରିଥିବା ବେଳେ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି।

mayurbhanj

ମୟୂରଭଞ୍ଜ ଜିଲ୍ଲା ଯଶିପୁର ବନଖଣ୍ଡ ଅନ୍ତର୍ଗତ ଚାଡ଼ରା ପାହାଡ଼ ଜଙ୍ଗଲରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା। ସୂଚନା ଅନୁଯାୟୀ, ଓଷାଡ଼ଲା ବିଟର ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ମହାନ୍ତ ସଦଳବଳେ ଜଙ୍ଗଲରୁ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ଚାଡ଼ରାପାହାଡ଼ ଜଙ୍ଗଲରେ ବିଭିନ୍ନ ମାରଣାସ୍ତ୍ର ଧରି ଶିକାର ପାଇଁ  ୪୦ ରୁ ଉର୍ଦ୍ଧ୍ବ ଶିକାରୀ ଛପି ବସିଥିଲେ । ତେବେ ଶିକାରୀ ମାନେ ବନବିଭାଗ କର୍ମଚାରୀଙ୍କୁ ଦେଖି ଭୟଭୀତ ହୋଇ ଶିକାର ପାଇଁ ବ୍ୟବହୃତ ମାରଣାସ୍ତ୍ର ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରୁ ଶତାଧିକ ତୀର, ୧୧ ଟି ଧନୁ ସମେତ କୁରାଢ଼ୀ ଏବଂ କଟୁରି  ଜବତ କରି  ଅଶନା ଫରେଷ୍ଟ କ୍ୟାମ୍ପକୁ ଆଣିଥିଲେ। ତାଳବନ୍ଧ ଫରେଷ୍ଟ ରେଞ୍ଜର ବନାଞ୍ଚଳ ଅଧିକାରିଣୀ ମଧୁସ୍ମିତା ଦାସ ଘଟଣାଟିକୁ ଗୁରୁତ୍ୱ ସହ ନେଇ ଏକ ମାମଲା ରୁଜୁ ପରେ ଏକ ଟିମ ଚାଡ଼ରାପାହାଡ଼ ଜଙ୍ଗଲକୁ ପଠାଇ ଶିକାରୀଙ୍କୁ ଧରିବା ନେଇ ପ୍ରୟାସ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.