Below header

ଆସନ୍ତା ୨୬ରେ ପୁଣି ଭାରତ ବନ୍ଦ, ୪୦ ହଜାର ବ୍ୟବସାୟୀ ସଂଗଠନ ବନ୍ଦ ଡାକରାକୁ ଦେଲେ ସମର୍ଥନ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୨୬ରେ ପୁଣି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ରହିବ ବ୍ୟାବସାୟିକ ବଜାର । ବନ୍ଦ ଡାକରା ଦେଇଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ -CAIT । ଦେଶବ୍ୟାପୀ ୧ ହଜାର ୫୦୦ ସ୍ଥାନରେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ । ସବୁ ରାଜ୍ୟର ବିଭିନ୍ନ ସହରରେ ଧାରଣା ଦିଆଯିବ । ଜିଏସ୍‌ଟି ବ୍ୟବସ୍ଥାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଜିଏସଟି ବ୍ୟବସ୍ଥାର ପୁନଃସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବ ସରଳୀକରଣ ଦାବି କରିଛି ସଂଗଠନ ।

ଜିଏସଟି ଅନୁପାଳନକୁ ସହଜ କରିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ସିଏଆଇଟି ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଗତ ୪ ବର୍ଷ ଭିତରେ ୯୫୦ ଥର ଜିଏସଟି ସଂଶୋଧନ ହେଲାଣି । ତେଣୁ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି । ଜିଏସଟି ଫାଇଲ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହାର ସରଳୀକରଣ କରାଯାଉ । ଦେଶବ୍ୟାପୀ ୪୦ ହଜାର ବ୍ୟବସାୟୀ ସଂଗଠନ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଅଖିଳ ଭାରତୀୟ ପରିବହନ ଉନ୍ନୟନ ସଂଗଠନ- AITWA ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.