ରାମେଶ୍ୱର-ପୁରୀ ଜଗନ୍ନାଥ ସଡ଼କରେ ସ୍କୁଟିକୁ ଟକ୍କର ଦେଲା ହାଇଓ୍ଵା, ସ୍ୱାମୀ ସ୍ତ୍ରୀ ମୃତ

ପିପିଲି (କେନ୍ୟୁଜ୍) : ସ୍କୁଟିକୁ ପିଟିଲା ହାଇଓ୍ଵା । ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ । ପୁରୀ ଜିଲ୍ଲା କଣାସ ବ୍ଲକ ରାମେଶ୍ୱର-ପୁରୀ ଜଗନ୍ନାଥ ସଡ଼କରେ ଘଟିଛି ଏହି ଦୁର୍ଘଟଣା । ବେଣା ଗାଁ ବରୁଣେଇ ବ୍ରିଜ଼ ଠାରେ ପୁରୀ ପଟୁ ଆସୁଥିବା ସ୍କୁଟିକୁ ଏହି ହାଇଓ୍ଵା ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣକର ଏବଂ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । କଣାସ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଦୁର୍ଘଟଣା ଘଟାଇଥିବା ହାଇଓ୍ଵା ସହିତ ଏହାର ଡ୍ରାଇଭରକୁ ପୋଲିସ୍‌ ଅଟକ ରଖି ପଚାର ଉଚରା କରୁଛି ।

HIGHWAମୃତକ ଦୁଇଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ମହିଳା ଜଣକ ହେଉଛନ୍ତି ସନ୍ଧ୍ୟାରାଣୀ ମିଶ୍ର । ସେ ସାହୁପଡ଼ା କପିଳେଶ୍ଵର ସ୍କୁଲରପ୍ରଧାନ ଶିକ୍ଷୟିତ୍ରୀ। ତାଙ୍କ ସ୍ୱାମୀ ଡକ୍ଟର ରମାକାନ୍ତ ଆଚାର୍ଯ୍ୟ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜର ପ୍ରଫେସର ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.