ମୋହନା : ପୁଣି ଜବତ ହେଲା ଗଞ୍ଜେଇ । ଆର ଉଦୟଗିରି ଥାନା ଅନ୍ତର୍ଗତ କିରାମା – ଡେକାପଲ୍ଲୀ ରାସ୍ତାରୁ ୪୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍ । ଏହା ସହ ଜଣକୁ କରିଛି ଗିରଫ । ଗିରଫ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଆକଲିମା ଗାଁର ପତ୍ରୀକ ବୀର ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ପାଟ୍ରୋଲିଂ କରିବା ସମୟରେ ଅଭିଯୁକ୍ତ ପତ୍ରୀକଙ୍କୁ ଗଞ୍ଜେଇ ଚୋରାଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରିଥିଲେ । ତେବେ ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ୍ ।
ସେହିପରି ଗତକାଲି ଚୋରାଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବଜ କରିଛି ବାଲେଶ୍ୱର ଜିଲ୍ଳା ଖନ୍ତାପଡା ପୋଲିସ । ଭୁବନେଶ୍ୱରରୁ ବାଲେଶ୍ୱରକୁ ଚୋରାଚାଲାଣ ବେଳେ ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବତୀ ଫେରାର ଥିବାବେଳେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଖୋର୍ଦ୍ଧା ବାଲିପାଟଣା ଥାନା ମଝିହରା ପଞ୍ଚାୟତର ଶେଖ ପାଟଣା ଗାଁରୁ ଗଞ୍ଜେଇ ଜବତ । ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଏଥିସହ ଜୟପୁର ଉପଖଣ୍ଡ ପୋଲିସକୁ ବଡ ସଫଳତା । ଗତ କିଛିଦିନ ମଧ୍ୟରେ ସହରରେ ହେଉଥିବା ଚୋରି ଘଟଣାରେ ଦୁଇ ଯୁବକ ଗିରଫ । ସେପଟେ ୧୨ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।