ଭିଭୋ ଆଣିଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ, ମୂଲ୍ୟ କେତେ ଜାଣନ୍ତୁ

ମୋବାଇଲ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଚାଇନିଜ ସ୍ମାର୍ଟଫୋନ ଭିଭୋ କମ୍ପାନୀ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ ‘ଭିଭୋ ଭି ୯୦’ ଲଞ୍ଚ ହୋଇଛି। ଯାହାର ମୂଲ୍ୟ ୬,୯୯୦ ଟଙ୍କା ରହିଛି। ଭାରତୀୟ ବଜାରରେ ଜୁଲାଇ ମାସରେ ଭିଭୋ ପକ୍ଷରୁ ଲଞ୍ଚ ହୋଇଥିବା ଏହା ହେଉଛି ଦ୍ବିତୀୟ ଫୋନ। ଏହି ସ୍ମାର୍ଟଫୋନର ବିକ୍ରି ଭାରତରେ ଅନଲାଇନ ଏବଂ ଷ୍ଟୋରରେ ୨୭ ଜୁଲାଇରୁ ଉପଲବ୍ଧ ହେବ। ଏହା ଭିଭୋ ପକ୍ଷରୁ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ବୋଲି କୁହାଯାଇଛି।

ଫୋନର ବିବରଣୀ
ଫୋନରେ ଡୁଆଲ ସିମ୍ ସହିତ ୬.୨୨ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ,, ୨ ଜିବି ରାମ ଏବଂ ୧୬ ଜିବି ଷ୍ଟୋରେଜ ରହିଛି । ଏହା ସହିତ ୮ ମେଗାପିକ୍ସେଲ ରିଅର କ୍ୟାମେରା ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନର ବ୍ୟାଟେରୀ କ୍ଷମତା ୪୦୩୦ ଏମ୍ଏଏଚ ରହିଥିବା ବେଳେ ଏଥିରେ ଏଫଏମ୍ ରେଡିଓ, ବ୍ଲୁଟୁଥ ୫.୦, ୪ଜି ଏଲଟିଇ ସପୋର୍ଟ, ୩.୫ ଏମ୍ଏମ୍ ହେଡଫୋନ ସପୋର୍ଟ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.