ବ୍ରହ୍ମପୁର: ମଣ୍ଡଳ କରାଗାରକୁ ଘନେଇଲା ବିପଦ, ୪୩ ଜଣଙ୍କ ଠାରେ କରୋନା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ମଣ୍ଡଳ କରାଗାରକୁ ଘନେଇଲା ବିପଦ। ଜେଲର ୪୩ ଜଣ କରୋନାରେ ହୋଇଛନ୍ତି  ଆକ୍ରାନ୍ତ। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୩୩ ବିଚାରଧୀନ କଏଦୀ ଓ ୧୦ ଜେଲ  କର୍ମଚାରୀ। ଏନେଇ ବ୍ରହ୍ମପୁର ଜେଲର ଅଧିକ୍ଷକ ସୂଚନା ଦେଇଛନ୍ତି। କିଛି ଦିନ ହେବ ଜେଲରେ  କିଛି କଏଦୀ ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ। ସେମାନଙ୍କର ସ୍ବାବ୍ ଟେଷ୍ଟ କରାଯାଇଥିଲା। ଆଜି ସେମାନଙ୍କର ସ୍ବାବ୍ ଟେଷ୍ଟ ପଜିଟଭ୍ ଆସିଛି। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି। ଯେହେତୁ ଜେଲ  ଭିତରେ ଗୋଟିଏ ସେଲରେ କଏଦୀ ମାନେ ପାଖାପାଖି କ ଶୁଅନ୍ତି ତେଣୁ ଅତି ଦ୍ରୁତ ବେଗରେ  ଜେଲରେ କରୋନା ବ୍ୟାପିବା ନେଇ ଅଶଙ୍କା ଦେଖାଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.