ରାଜଧାନୀ ଭୁବନେଶ୍ବରରୁ ଆଜି ୪୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ଲୋକାଲ କଣ୍ଟାକ୍ଟ କେସ୍ ୨୭୮

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରୁ ଆଜି ୪୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିରୁ କ୍ବାରେଣ୍ଟାଇନରୁ ୨୦୫ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ  ୨୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଟ୍ବିଟ କରି ସୂଚନା ଦେଇଛି ବିଏମସି। ତେବେ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି ବୋଲି କହିଲା BMC । ବାକି ୨୦୪ ଜଣ ପୂର୍ବ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।


ଏଠାରେ କହିରଖୁଛୁ ଯେ, ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୧୩ ହଜାର ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୨୧୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୧୪ ଜଣ ଚିକିତ୍ସାଧୀନ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.