ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ, ୪.୫୬ ଲକ୍ଷ ଟଙ୍କା ଓ ୨୦୩ ଗ୍ରାମ ସୁନା ସହ କାର ଜବତ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ପାଞ୍ଚ ଜଣ ହେଲେ ଗୋଳନ୍ଥରାର ଦିପୁ ନାହାକ, କିଟୁ ରାଉତ , ଅଶ୍ୱିନୀ କୁମାର ପାତ୍ର, ଗୋପିନାଥ ମହାରଣା ଓ କବିସୂର୍ଯ୍ୟନଗର ପ୍ରଶାନ୍ତ କୁମାର ସାହୁ । ଏମାନଙ୍କଠାରୁ ନଗଦ ୪ ଲକ୍ଷ ୫୬ ହଜାର ୯ଶହ ଟଙ୍କା , ୯ଟି ମୋବାଇଲ ଫୋନ , ଗୋଟିଏ କାର ଓ ୨୦୩.୯୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ହୋଇଥିବା ପାଞ୍ଚ ଜଣ ବେଟିଂ କରିଆସୁଥିଲେ ।

ଏନେଇ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଥାନା ଅଞ୍ଚଳରେ ରେଡ୍‌ କରିଥିଲା ପୋଲିସ। ରେଡ୍‌ ବେଳେ ବେଟିଂ ବିଭିନ୍ନ ମୋବାଇଲ ଆପ୍‌ ଓ ଅନଲାଇନ ୱେବ୍‌ସାଇଟ୍‌ ମାଧ୍ୟମରେ ଚାଲିଆସୁଥିଲା ବୋଲି ପୋଲିସ ଖବର ପାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ଏହି ବେଟିଂ କରିଆସୁଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହି ବେଟିଂ ରାକେଟରେ ଅନେକ ଗିରଫ ହେବା ସହ ଏହି ନେଟୱାର୍କକୁ ବନ୍ଦ କରିବା ସହ ପର୍ଦ୍ଦାଫାସ୍‌ ହେବ। ଏନେଇ ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.