ଝାରସୁଗୁଡ଼ା କୁମ୍ଭାରୀ ଗାଁ ହତ୍ୟାକାଣ୍ଡ ଘଟଣାରେ ୫ ଗିରଫ

ଝାରସୁଗୁଡ଼ା(କେନ୍ୟୁଜ୍‌) : ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ କୁମ୍ବାରୀ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ୫ଜଣ ଗିରଫ ହୋଇଥିବା ନେଇ ଝାରସୁଗୁଡ଼ା ଏସ.ପି. ସୂଚନା ଦେଇଛନ୍ତି।

ଘଟଣାନୁସାରେ ଗତକାଲି ରାତିରେ ୫ଜଣ ସାଙ୍ଗ ହୋଇ ମଦ ପିଉଥିଲେ। ସାଙ୍ଗ ମଧ୍ୟରେ ପରସ୍ପର ଭିତରେ ବଚସା ଓ ଗଣ୍ଡଗୋଳ ହେବାରୁ ଜଣେ ସାଙ୍ଗ ଯତିଶ ମୁହଁରେ ଇଟାରେ ଆକ୍ରମଣ କରିବାରୁ ମୁମୁର୍ଷ ଅବସ୍ଥାରେ ପଡିଥିଲା ।

ପୋଲିସ ଘଟଣା ସ୍ଥଳରୁ ଅଚେତ ହୋଇ ପଡ଼ିଥିବା ଯତିଶକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲା । ଚିକିତ୍ସିତ ଅବସ୍ଥାରେ ଜାତିଶଙ୍କ ମୃତ୍ୟୁ ହୋଇଥିଲା ବୋଲି ଝାରସୁଗୁଡ଼ା ଏସ.ପି. ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ୫ଜଣକୁ ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.