ବାଙ୍କୀରେ ପୂର୍ବ ଶତ୍ରୁତାରୁ ବୋମାମାଡ଼, ୫ ଆହତ
କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ହୋଇଛି ବୋମାମଡ଼ । ଏଥିରେ ଆହତ ହୋଇଛନ୍ତି ୫ ଜଣ । ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି କଟକ ଏସସିବି।

ବାଙ୍କୀ (କେନ୍ୟୁଜ): ବୋମାମାଡ଼ରେ ୫ ଆହତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ହୋଇଛି ବୋମାମଡ଼ । ଏଥିରେ ଆହତ ହୋଇଛନ୍ତି ୫ ଜଣ । ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ଦୁଇସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ବଚସା ପରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ହୋଇଥିଲା ବୋମାମାଡ଼ । ଯେଉଁଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ସେପଟେ ବିବାଦ ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ପରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।