ସ୍ୱପ୍ନ ପାଲଟିଲା ସତ, ଲଟେରୀ ଟିକେଟ ଜିତି ପାଇଲେ ୩୧ କୋଟି ଟଙ୍କାର ଘର

ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ, ଯେ କ୍ଷଣିକରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି । ସେ ଲଟେରୀ ଜିତି କୋଟି କୋଟି ଟଙ୍କାର ମାଲିକାଣୀ ହେବା ପରେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି।

ମଣିଷର ଭାଗ୍ୟ କେତେବେଳେ ଯେ ବଦଳିବ ତାହା କହି ହେବ ନାହିଁ । ମଣିଷ ଗୋଟିଏ ମୁହୂର୍ତ୍ତରେ ଧନୀରୁ ଗରିବ ହୋଇପାରେ । କିଛି ଲୋକ ଭିକାରୀରୁ କୋଟିପତି ମଧ୍ୟ ହୋଇଯାନ୍ତି । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଧନୀ ହୋଇଛନ୍ତି । ଏବଂ ଏସବୁ ଲଟେରୀ ଟିକେଟ୍ ଦ୍ୱାରା ସମ୍ଭବ ହୋଇଥାଏ । ଲଟେରୀ ଟିକେଟ ଜିତି ଅନେକ ଲୋକ କୋଟିପତି ହୋଇଥିବା ଖବର ତ ଆପଣମାନେ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ, ଯେ କ୍ଷଣିକରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି । ସେ ଲଟେରୀ ଜିତି କୋଟି କୋଟି ଟଙ୍କାର ମାଲିକାଣୀ ହେବା ପରେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। କ୍ଷଣିକରେ ୩୧ କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି ଜଣେ ମହିଳା। ସୂଚନା ଥାଉ କି ମହିଳାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା, ଏଭଳି ପରିସ୍ଥିତିରେ ତାଙ୍କୁ ଥରକରେ କୋଟି କୋଟି ଟଙ୍କା ମିଳିବା କୌଣସି ସ୍ୱପ୍ନଠାରୁ କମ୍ ନୁହେଁ।

ମହିଳାଙ୍କ ନାମ ହେଉଛି ରୋଜ ଡୋଏଲ୍ । ତାଙ୍କୁ ୭୩ ବର୍ଷ ବୟସ ହେବ ଏବଂ ସେ ଇଂଲଣ୍ଡର ବର୍ମିଂହାମରେ ରୁହନ୍ତି । ରିପୋର୍ଟ ଅନୁଯାୟୀ ବୃଦ୍ଧା ରୋଜ ଡୋଏଲ୍ ଗତ ୪୪ ବର୍ଷ ଧରି ତାଙ୍କ ସ୍ୱାମୀଙ୍କ ସହ ତିନି କୋଠରୀ ବିଶିଷ୍ଟ ଏକ ଘରେ ରହୁଥିଲେ । ଯେଉଁଠାରେ ତାଙ୍କ ନାତି ନାତୁଣୀମାନେ ମଧ୍ୟ ରହୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା ଯେ ଭଲ ଘର ଖଣ୍ଡେ ନେଇ ରହିବେ । ପରିସ୍ଥିତି ଏତେ ଖରାପ ଥିଲା ଯେ ସେ ଏହି ବୃଦ୍ଧା ବୟସରେ ଦୁଇ ଦୁଇଟି ଚାକିରି କରୁଥିଲେ । ସେ ଏକ ବୀମା ଫାର୍ମରେ ଏଜେଣ୍ଟ ଭାବରେ କାମ କରିବା ସହ ଏକ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ରୋଷେଇ କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି |

ଖବର ଅନୁଯାୟୀ, ରୋଜ କହିଛନ୍ତି ଯେ ସେ ଏକ ଚ୍ୟାରିଟି ସଂସ୍ଥା ଓମେଜ୍‌ ର ମେମ୍ବର ଅଛନ୍ତି, ଯେଉଁଠାରେ ସେ ପ୍ରତି ମାସରେ ଏକ ହଜାର ଟଙ୍କା ଡିପୋଜିଟ୍‌ କରନ୍ତି । ଏହି ଚ୍ୟାରିଟି ସଂସ୍ଥାରେ ଲକି ଡ୍ର ବାହାର କରାଯାଏ ଯେଉଁଥିରେ ଲୋକଙ୍କୁ କିଛି ନା କିଛି ପୁରସ୍କାର ଦିଆଯାଏ । ତେବେ ଏହି ବୃଦ୍ଧା କିଛି ନା କିଛି ଛୋଟ ପୁରସ୍କାର ମିଳିବା ଆଶାରେ ସବୁବେଳେ ଟଙ୍କା ଡିପୋଜିଟ୍‌ କରୁଥିଲେ ।

ସମ୍ଭବତଃ ତାଙ୍କ ଭାଗ୍ୟ ବଦଳିବ ବୋଲି ସେ ଆଶା ରଖିଥିଲେ । ଶେଷରେ ତାଙ୍କ ଭାଗ୍ୟ ଖୋଲିଲା ଏବଂ ସେ କ୍ଷଣିକରେ ଲକି ଡ୍ର ଜିତି କୋଟି କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି । ରୋଜ ଏକ ଲକ୍ଷ ପାଉଣ୍ଡ ଅର୍ଥାତ୍ ଲକି ଡ୍ରରେ ପ୍ରାୟ ୩୧ କୋଟି ଟଙ୍କା ଜିତିଛନ୍ତି । ଏହି ପୁରସ୍କାରରେ ତାଙ୍କୁ କର୍ଣ୍ଣୱାଲ ଅଞ୍ଚଳରେ ଥିବା ଏକ ସୁନ୍ଦର ଘର ଦିଆଯାଇଛି । ରୋଜ କହିଛନ୍ତି ଯେ ସେ ଏତେ ବଡ ପୁରସ୍କାର ପାଇବେ ବୋଲି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ସେ ଆହୁରି କହିଛନ୍ତି ଯେ ଏହି ବମ୍ପର ପୁରସ୍କାର ତାଙ୍କ ଜୀବନକୁ ବଦଳାଇ ଦେଇଛି । ତେବେ ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.