ଚୈତ୍ର ନବରାତ୍ରି ଅଷ୍ଟମ ଦିନ : ମା’ ମହାଗୌରୀଙ୍କ ପୂଜା, ଦୂର କରିବ ପାପ

ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ । କୁହାଯାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ । ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି ।

ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା । ସେଥିପାଇଁ ତାଙ୍କ ନାମ ମା’ ଗୌରୀ । କୁହାଯାଏ କି ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ।

ମା’ ଗୌରୀଙ୍କ ସ୍ବରୂପ:

ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ମା’ ଗୌରୀ ଶ୍ବେତ ବର୍ଣ୍ଣର ବସ୍ତ୍ରରେ ଶ୍ବେତ ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି । ମହାଗୌରୀଙ୍କ ଚାରି ବାହୁ ରହିଥାଏ । ଡାହାଣ ହାତରେ ଅଭୟ ମୁଦ୍ରା ଏଂବ ଦ୍ବିତୀୟ ହାତରେ ଶକ୍ତିର ପ୍ରତୀକ ତ୍ରିଶୂଳ ଧରିଥାନ୍ତି । ସେହିପରି ବାମ ହାତରେ ଡମୁରୁ ଏବଂ ଅନ୍ଯ ହାତରେ ବର ମୁଦ୍ରାରେ ଭକ୍ତଙ୍କୁ ବରଦାନ ଦେଇଥାନ୍ତି । ଭଗବାନ ଶିବଙ୍କ ବାହନ ଷଣ୍ଢ ଉପରେ ମା’ ବିରାଜମାନ ଥାନ୍ତି । ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ ।

ପାପରୁ ମୁକ୍ତି ଦିଅନ୍ତି ମା’ ମହାଗୌରୀ:

ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ । କୁହାଯାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ । ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି ।
ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ । ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ । ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ । ତା’ ପରେ ମନ୍ତ୍ର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.