ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ଗତ ମାସ ୯ ଓ ୨୫ ତାରିଖରେ ଅଇଁଠାପାଲି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୮ ଲକ୍ଷ ଟଙ୍କାର ସୁନାକୁ ଜବତ କରିଛି ପୋଲିସ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ମାଝୀଙ୍କ ନାଁରେ ରାଉରକେଲାର ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି । ତେବେ ଘରେ କେହିନଥିବା ବେଳେ ଡକାୟତମାନେ ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍‌ କରୁଥିବା ସୂଚନା ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.