କଟକ: ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନିଆରା ଫ୍ୟାନ, ଯିଏ ପ୍ରଥମ ଫିଲ୍ମରୁ ଆଜି ଯାଏ ପ୍ରତ୍ୟକଟି ଫିଲ୍ମର ପୋଷ୍ଟର ରଖିଛନ୍ତି ଅତି ଯତ୍ନରେ

କଟକ(କେନ୍ୟୁଜ୍): ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍‌ର ଏହି ବର୍ଷିୟାନ୍‌ ଅଭିନେତା । ଆଜି ତାଙ୍କର ଜନ୍ମ ଦିନକୁ ବେସ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ତାଙ୍କର ଫ୍ୟାନ୍‌, ଶୁଭେଚ୍ଛୁ । ସେଭଳି ଏକ ଫ୍ୟାନ୍‌ ହେଉଛନ୍ତି କଟକର ଧନେଶ୍ୱର ସେଠୀ । ଦୀର୍ଘ ୧୪ ବର୍ଷ ଧରି ବିଗ୍‌ ବିଙ୍କର ଜନ୍ମଦିନକୁ ମହାଆଡ଼ମ୍ବରରେ ପାଳି ଆସୁଛନ୍ତି ଧନେଶ୍ୱର । ଅମିତାଭ ବଚ୍ଚନଙ୍କ ପ୍ରଥମ ଫିଲ୍ମରୁ ଆରମ୍ଭ କରି ଶେଷ ଫିଲ୍ମ ଯାଏ ସମସ୍ତ ପୋଷ୍ଟରକୁ ପ୍ରିଣ୍ଟ କରି ରଖିଛନ୍ତି । କେବଳ ସେତିକି ନୁହେଁ, ବିଗ୍‌ ବିଙ୍କ ଜନ୍ମଦନର କେକ୍‌ କାଟି ଅନ୍ୟମାନଙ୍କୁ ଖୁଆଇଥିଲେ । କିଛି ବର୍ଷ ତଳେ ବିଗ୍‌ ବିଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଧନେଶ୍ୱର ସେଠୀ । ତେବେ ପ୍ରଭୁ ଜଗନ୍ନାଥ ଆଉଥରେ ସୁଯୋଗ ଦେଲେ ଅମିତାଭ ବଚ୍ଚନଙ୍କୁ ଭେଟିବାକୁ ଚାହିଁବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.