ପୃଥିବୀ ଓ ମହାକାଶର କିଛି ଏମିତି ତଥ୍ୟ ଯାହା ଆଜି ବି ରହସ୍ୟ ହୋଇରହିଛି

ମହାକାଶ ଓ ପୃଥିବୀର କିଛି ରହସ୍ୟକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଖୋଜି ବାହାର କରିପାରି ନାହାନ୍ତି  । ଆଜି ଆମେ ଏମିତି ହିଁ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଶରବିଦେଶର ବଡ ବଡ ବୈଜ୍ଞାନିକ ମାନଙ୍କ ପାଇଁ ଏକ ପ୍ରକାର ଅବୁଝା ରହସ୍ୟ ହୋଇ ରହିଯାଇଛି । ଯାହାକୁ ଜାଣିବା ପାଇଁ ସେମାନେ ଦିନ ରାତି ଏକ କରି ଗବେଷଣା କରୁଛନ୍ତି ।

ସାଇବେରିଆର ରହସ୍ୟମୟୀ ଗର୍ତ୍ତ:

୨୦୧୪ ମସିହାରେ ସାଇବେରିଆରେ ଅବସ୍ଥିତ ଏହି ବିରାଟ ଗର୍ତ୍ତ ଗୁଡିକ ବିଷୟରେ ପ୍ରଥମେ ଜଣା ପଡିଥିଲା । ସେହି ବର୍ଷରୁ ଏହା ବିଷୟରେ ଗବେଷଣା ଚାଲିଥିଲେ ମଧ୍ୟ ଏହା ସୃଷ୍ଟି ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି । ପ୍ରଥମେ ଏଗୁଡିକର ପ୍ରକୃତ କାରଣ ଉଲକାପିଣ୍ଡ କୁହାଯାଉଥିବା ବେଳେ ପରେ ଭୂମି ମଧ୍ୟର ଅତ୍ୟଧିକ ଉତ୍ତାପକୁ ଏହାର କାରଣ କହିଥିଲେ । କିଛି ଜଣ ଭୂମିର ଗର୍ତ୍ତ ମଧ୍ୟରେ ମିଥେନ ଗ୍ୟାସ ଲିକେଜକୁ ଏହାର ପ୍ରକୃତ କାରଣ ବୋଲି କହିଛନ୍ତି ।

ମଲବା ବା ୟୁଏଫଓ:

୨୦୧୩ ମସିହା ଫେବୃଆରୀ ମାସରେ ଆମେରିକାର ମହାକାଶ ସଂସ୍ଥା ନାସାକୁ ମହାକାଶରେ କିଛି ମଲବାର ସନ୍ଧାନ ମିଳିଥିଲା । ବୈଜ୍ଞାନିକ ମାନେ ମଧ୍ୟ ଏହାର ନାମ କରଣ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ପର୍ଯ୍ୟନ୍ତ କୌଣସି କୃତିମ ଉପଗ୍ରହ ଏହା ବିଷୟରେ କୌଣସିଟି ସନ୍ଧାନ ପାଇପାରି ନାହାନ୍ତି । ନାସାର ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି କି ୨୦୦୯ ମସିହାରୁ ଏହା ପୃଥିବୀ ଚାରିପଟେ ହିଁ ଘୁରି ବୁଲୁଛି ।

ଶନିର ଉପଗ୍ରହରେ ମଧ୍ୟ ଜୀବନ ସମ୍ଭବ ହୋଇପାରିବ:

ବୈଜ୍ଞାନିକ ମାନେ ନିକଟରେ ଆଉ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ସେମାନଙ୍କ ଅନୁଯାୟୀ ଶନି ଗ୍ରହର ୬ଷ୍ଠ ଉପଗ୍ରହ ଏନସେଲେଡ଼ସରେ ମଧ୍ୟ ଜୀବନ ବିତାଇବା ସମ୍ଭବ ହୋଇପାରିବ । କାରଣ ଏଥିରେ ଏକ ସ୍ୱତନ୍ତ୍ର ଧରଣର କେମିକାଲ ବା ରାସାୟନିକ ପଦାର୍ଥ ପାଇପାରିଛନ୍ତି । ଆଗରୁ ବୃହସ୍ପତିର ଉପଗ୍ରହ ୟୁରୋପାରେ ହିଁ କେବଳ ଜୀବନ ସମ୍ଭବ ହୋଇପାରିବ ବୋଲି ବିଶ୍ୱାସ କରାଯାଉଥିଲା । ଏମିତିକି ‘ନେଚର’ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏନସେଲେଡ଼ସରେ ୬ ମାଇଲ ଗଭୀରର ଏକ ସମୁଦ୍ର ଥିବା ସନ୍ଧ୍ୟାନ ମିଳିଥିଲା ।

ଷ୍ଟୋନହେଞ୍ଜ:

ଇଂଲଣ୍ଡ ଠାରେ ଥିବା ୧୭ଟି ସ୍ମାରକ ବିଷୟରେ ଏପର୍ଯ୍ୟନ୍ତ ଗବେଷକ ମାନେ କୌଣସି ତଥ୍ୟ ପାଇପାରି ନାହାନ୍ତି । ଅଣ୍ଡର ଗ୍ରାଉଣ୍ଡ ମ୍ୟାପିଂରୁ ଜଣାଯାଇଛି ଏଗୁଡିକ ପ୍ରାୟ ୫୦୦୦ ବର୍ଷର ପୁରୁଣା ହେବ । ୨୦୧୫ ମସିହାରେ ଏଠାରେ ଖୋଲିବା ଦ୍ୱାରା ଭୂମି ଭିତରୁ ପ୍ରାଚୀନ ମନ୍ଦିର,ମକବର ଓ କୂଅ ମିଳିଥିଲା ।

ଏହା ସହ ପଢନ୍ତୁ: ଜାଣନ୍ତି କି ସମୁଦ୍ର ମଧ୍ୟରେ ବି ଅଛି ବିରାଟ ବିରାଟ ଗୁମ୍ଫା, ଜାଣନ୍ତୁ ଏହାର ରହସ୍ୟ

କଜାକସ୍ତାନରେ ଥିବା ବିଚିତ୍ର ଆକୃତି:

କଜାକସ୍ତାନର ତୁରଗଇ ଠାରେ ଥିବା ବିଚିତ୍ର ଆକୃତି ଗୁଡିକ ଏପର୍ଯ୍ୟନ୍ତ ରହସ୍ୟମୟୀ ହୋଇପାରିଛନ୍ତି । କୁହାଯାଉଛି କି ଏହି ସ୍ମାରକ ଗୁଡିକ ପ୍ରାୟ ୮୦୦୦ ବର୍ଷ ପୁରୁଣା ସଭ୍ୟତାର ଅଂଶ ବିଶେଷ । ଏକ୍ସପର୍ଟ ମାନେ ଲାଟିନ ଆମେରିକାର ଦେଶ ପେରୁର ନାଜକା ଲାଇନ୍ସ ପରି ହୋଇଥିବା କହୁଛନ୍ତି । ଏହା ସହ ବୈଜ୍ଞାନିକ ମାନେ ଏଠାରେ ଏଲିୟନସ ମାନଙ୍କ ଉପସ୍ଥିତି ସହ ଯୋଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.