Below header

ବଣାଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, କୂଅ ଭିତରେ ପଡ଼ିଛି ମୃତଦେହ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ମାଆ ଓ ଚାରି ଛୁଆଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ସାନଇନ୍ଦୁପୁର ଗାଁ କୂଅ ଭିତରୁ ମୃତଦେହ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । । ମୃତ ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଖୋଳତାଡ ଚଳାଇଛନ୍ତି। ଗୁଣିଗାରେଡ଼ିରୁ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

koida

ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଅଭିଯୋଗ। ମାଆ, ଦୁଇ ପୁଅ ଓ ଦୁଇ ଝିଅଙ୍କ ମୃତଦେହକୁ କୂଅ ଭିତରେ ପକାଇଦେଇଥିଲା ଦୁର୍ବୃତ୍ତ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ସାନଇନ୍ଦୁପୁର ଗାଁରେ । ସକାଳୁ ସକାଳୁ ଗାଁରେ ଚହଳ ପଡ଼ିଥିଲା। ସୁଦାମ ମୁଣ୍ଡାଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କ ପତ୍ତା ମିଳି ନଥିଲା। ଘରେ ପଡ଼ିଥିଲା ରକ୍ତ ଛିଟା। ଘନେଇଥିଲା ହତ୍ୟା ସନ୍ଦେହ। ଖୋଳତାଡ ବେଳେ କୂଅ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସୁଦାମ। ପୋଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର। କୂଅ ଭିତରକୁ ଉଦ୍ଧାର ହୋଇଛି ମୃତଦେହ ।

ମୃତକମାନେ ହେଲେ ସାନଇନ୍ଦୁପୁର ଗାଁର ସୁଦାମଙ୍କ ସ୍ତ୍ରୀ ମାଙ୍ଗିରି ମୁଣ୍ଡା, ଝିଅ ମାର, ରଇବାରି ଓ ଦୁଇ ପୁଅ ଟେକଲା, ଚାମରା। କିଏ ଓ କାହିଁକି ୫ ଜଣଙ୍କୁ ହତ୍ୟା କଲା? କ’ଣ ହୋଇଥାଇପାରେ କାରଣ? ଯୋଜନାବଦ୍ଧ ହତ୍ୟାକାଣ୍ଡ କି? ଗୁଣିଗାରେଡ଼ିରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୋଲିସ ।

ମାଙ୍ଗିରି ମୁଣ୍ଡା ସୁଦାମଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପ୍ରଥମ ସ୍ୱାମୀଙ୍କର ବର୍ଷେ ତଳେ ମୃତ୍ୟୁ ହୋଇଥିଲା। ସୁଦାମଙ୍କୁ ବିବାହ କରିବା ଆଗରୁ ମାଙ୍ଗିରିଙ୍କର ତିନିଟି ପିଲା ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.