ପିଶାଚ ବାପା, ମା କୋଳରୁ ଟାଣି ନେଇ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲା
ବାପା ପାଲଟିଗଲା କ୍ରୋଧ ରାକ୍ଷସ । ନିଜ ହାତରେ କୁନି ପୁଅକୁ କଲା ହତ୍ୟା । ପଦ୍ମପୁର ପାଇକମାଳ ଥାନା ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ପଦ୍ମପୁର (କେନ୍ୟୁଜ): ବାପା ପାଲଟିଗଲା କ୍ରୋଧ ରାକ୍ଷସ । ନିଜ ହାତରେ କୁନି ପୁଅକୁ କଲା ହତ୍ୟା । ପଦ୍ମପୁର ପାଇକମାଳ ଥାନା ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ନିଶାସକ୍ତ ଅବସ୍ଥାରେ ମାଆ କୋଳରୁ ଟାଣି ନେଇ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲା ବାପା । ଅଭିଯୁକ୍ତ ବାପାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ।