ସାବାଡ଼ ହେଉ ନାହାନ୍ତି ଅମାନିଆ, ଚେକିଂ ବେଳେ ଧରାପଡ଼ିଲେ ୨୧ ମଦୁଆ ଡ୍ରାଇଭର
ରାଜଧାନୀ ରାଜ ରାସ୍ତାରେ ମଦ୍ୟପାନ କରି ଗାଡି ଚଲାଇଲେ ବାନ୍ଧୁଛି ପୋଲିସ । ଗତକାଲି ରାତିରେ ୨୧ ଜଣ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରିବା ସହ ୨୧ଟି ଗାଡି ଜବତ କରିଛି କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସର୍ବାଧିକ ୭ଟି ଗାଡ଼ି ଜବତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଯେତେ ଯାହା କଲେ ବି ସାବାଡ଼ ହେବାର ନାଁ ନେଉ ନାହାନ୍ତି ଅମାନିଆ । ମଦ ପିଇ ଗାଡି ଚଲାଇବା ଯେମିତି ସେମାନଙ୍କ ଜନ୍ମଗତ ଅଧିକାର । ବର୍ତ୍ତମାନ ରାଜଧାନୀ ରାଜ ରାସ୍ତାରେ ମଦ୍ୟପାନ କରି ଗାଡି ଚଲାଇଲେ ବାନ୍ଧୁଛି ପୋଲିସ ।
ଗତକାଲି ରାତିରେ ୨୧ ଜଣ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରିବା ସହ ୨୧ଟି ଗାଡି ଜବତ କରିଛି କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସର୍ବାଧିକ ୭ଟି ଗାଡ଼ି ଜବତ ହୋଇଛି । ସେହିପରି ଜଟଣୀ ଥାନା ଅଞ୍ଚଳରୁ ୫ ମଦ୍ୟପଙ୍କ ଗାଡ଼ି ଜବତ କରିଛି ପୋଲିସ । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ରାତି ଗୋଟାଏରେ ପୋଲିସର ଯାଞ୍ଚ ଚାଲିଥିଲା ।