ମହେନ୍ଦ୍ରଗିରି ପାହାଡ଼କୁ ବୁଲି ଯାଇଥିବା ବେଳେ ହଠାତ୍‌ ବର୍ଷା, ଅଘଟଣରୁ ବର୍ତ୍ତିଲେ ୫ ଯୁବକ

ବ୍ରହ୍ମପୁର(କେନ୍ଯୁଜ୍): ଅଘଟଣରୁ ବର୍ତ୍ତିଲେ ୫ ଯୁବକ । ମହେନ୍ଦ୍ରଗିରି ପାହାଡ଼କୁ ବୁଲିବାକୁ ଯାଇ ପାଣିରେ ଫସିଥିଲେ ୫ ଜଣ ଯୁବକ । ଉଦ୍ଧାର କଲେ ପୋଲିସ ଏବଂ ଦମକଳବାହିନୀ । ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଉପାନ୍ତ ଅଞ୍ଚଳ ବାରିଆପଥରରେ ଥିବା ଭିୟୁ ପଏଣ୍ଟକୁ ଯୁବକମାନେ ବୁଲି ଯାଇଥିବା ବେଳେ ହଠାତ ବର୍ଷା ହୋଇଥିଲା।

ବର୍ଷା ପ୍ରଭାବରେ ପାହାଡ଼ ନିକଟ ନଦୀରେ ପାଣି ଆସିଯିବାରୁ ଯୁବକମାନେ ଆଉ ଫେରିପାରିନଥିଲେ ସେଠାରୁ । ଏନେଇ କୁକୁଡାଖଣ୍ଡି ସରପଞ୍ଚଙ୍କୁ ଜଣାଇଥିଲେ । ଜରଡ଼ା ଆଇଆଇସିଙ୍କୁ ସରପଞ୍ଚ ଘଟଣା ଜଣାଇବା ପରେ ପୋଲିସ, ଚିକିଟି ଓ ପାତ୍ରପୁର ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ରାତିରେ ଉଦ୍ଧାର କରିଥିଲେ । ଏନେଇ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ୫ଯୁବକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.