ଯାତ୍ରୀଙ୍କଠାରୁ ଲୁଟ୍ ଉଦ୍ୟମ ହେଲା ପଣ୍ଡ, ଦାରିଙ୍ଗିବାଡ଼ି ଘାଟିରୁ ୫ ଡକାୟତ ଗିରଫ

ଦାରିଙ୍ଗିବାଡ଼ି : ଦାରିଙ୍ଗିବାଡ଼ି ଘାଟିରୁ ୫ ଡକାୟତକୁ ଗିରଫ କଲା ସୋରଡ଼ା ପୋଲିସ। ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ , ଗୋଟିଏ ଦେଶୀ ବନ୍ଧୁକ , ଦୁଇଟି ଭୁଜାଲି, ଦୁଇଟି ଅଫୁଟା ବୋମା ଓ ଲୁହାରଡ ମଧ୍ୟ ଜବତ କରିଛି ପୋଲିସ । ଦାରିଙ୍ଗିବାଡି ଘାଟିରେ ଯାତ୍ରୀଙ୍କଠାରୁ ଲୁଟିବା ପାଇଁ ପାଞ୍ଚ ଜଣ ଯୁବକ ଥିବା ଜାଣି ପୋଲିସ ସେମାନଙ୍କ ଉପରେ ଚଢାଉ କରିଥିଲା। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଏହି ଚଢାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.