Below header

ନିର୍ବାଚନ ୨୦୧୯ : ସୋସିଆଲ ମିଡିଆ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି, ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶନାମା

ଭୁବନେଶ୍ୱର (କେ ନ୍ୟୁଜ୍) : ଗତ ୨୦୧୪ ନିର୍ବାଚନ ଠାରୁ ସୋସିଆଲ ମିଡିଆ ବିଭିନ୍ନ ରାଜନୈତିକ ଦଳ ପାଇଁ ପାଲଟିଛି ପ୍ରଚାରର ଏକ ବଡ଼ ମାଧ୍ୟମ । ଏହାର ସଦୁପଯୋଗ ଯେତିକି ହେଉଛି ସେହି ପରିମାଣରେ ଦୁରୁପଯୋଗ ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ୍‌ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରିଛନ୍ତି । ଆଜି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମର ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିଛନ୍ତି ନିର୍ବାଚନ କମିଶନ୍‌ ।
୧-ଆଚରଣ ବିଧି ଲାଗୁ ସହିତ ଯେଭଳି ଭାବେ ବିଭିନ୍ନ ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି ସେହିଭଳି ଏହି କଟକଣା ସୋସିଆଲ ମିଡିଆ ଉପରେ ମଧ୍ୟ ଲାଗୁ ହୋଇଛି ।

SOCIAL MEDIA-1
୨-ସମସ୍ତ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ ବେଳେ ନିଜ ସୋସିଆଲ ଆକାଉଣ୍ଟ ସମ୍ପର୍କରେ ସୂଚନା ଦେବେ ।
୩-ସୋସିଆଲ ମିଡିଆଗୁଡ଼ିକ ଗଣମାଧ୍ୟମ ଭଳି କାଯ୍ୟର୍ କରି ପାରିବେ ନାହିଁ ।
୪-ଫେସ୍‌ବୁକ୍‌, ହ୍ଵାଟସ ଆପ୍‌, ଟୁଇଟର, ଗୁଗୁଲ, ସେୟାର ଚାଟ୍‌ ଏବଂ ଟିକ୍‌ ଟକ୍‌ ପ୍ରତିନିଧିମାନଙ୍କୁ ନେଇ ନିର୍ବାଚନ କମିଶନ୍‌ ବୈଠକ ଡାକିଥିଲେ । ଏଥିରେ ଆଚରଣବିଧି ସମ୍ପର୍କରେ ଆଲୋଚନା ହୋଇଛି ।
୫-କୌଣସି ରାଜନୈତିକ ଦଳ ସୋସିଆଲ ମିଡିଆରେ ସେମାନଙ୍କ ବିଜ୍ଞାପନ ଦେବାକୁ ଚାହିଁଲେ ପୂର୍ବରୁ ବିଧିବଦ୍ଧ ଭାବେ ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ମିଡିଆ ସାର୍ଟିଫିକେଟ୍‌ ନେବାକୁ ହେବ ।

SOCIAL MEDIA-2
୬-ବିଶେଷ କରି ଭୋଟ୍‌ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାରର କୌଣସି ବାର୍ତ୍ତା କିମ୍ବା ବିଜ୍ଞାପନ ରହିବ ନାହିଁ ।
୭-ସେହିପରି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ସୋସିଆଲ ମିଡିଆରେ ଦେଉଥିବା ଲେଖା ଉପରେ ମଧ୍ୟ କଟକଣା ରହିବ ।
୮-ଏସବୁକୁ ତଦାରଖ କରିବା ଲାଗି ଜିଲ୍ଲା ଓ ରାଜ୍ୟସ୍ତରରେ ରହିଥିବା ମିଡିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ କମିଟି ତାଙ୍କ ବୋର୍ଡ଼ରେ ଜଣେ ସୋସିଆଲ ମିଡିଆ ବିଶେଷଜ୍ଞଙ୍କୁ ରଖିବେ ।
ତେବେ ଏସବୁ ସତ୍ତ୍ୱେ ଦେଶରେ ଯେଭଳି ଭାବେ ସୋସିଆଲ ମିଡିଆର ବହୁଳ ପ୍ରସାର ଘଟିଛି ସେଥିରେ ସବୁ ଦିଗ ପ୍ରତି ଏବଂ ସମସ୍ତଙ୍କ ଉପରେ ନଜର୍ରଖିବା ସହଜ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.