Below header

୧ ଏପ୍ରିଲରୁ ଶସ୍ତା ହେବ ଘର କିଣିବା, ଜିଏସଟି କାଉନସିଲ ଦେଇଛନ୍ତି ନୂଆ ମଞ୍ଜୁରୀ

ବସ୍ତୁ ଏବଂ ସେବା କର (ଜିଏସଟି) କାଉନସିଲ ଆବାସ ପରିଯୋଜନା ମଧ୍ୟରୁ ଘର ଉପରେ ନୂଆ ଢ଼ାଞ୍ଚା ଲାଗୁ କରିବା ଯୋଜନାକୁ ମଙ୍ଗଳବାର ଦିନ ସ୍ୱୀକୃତି ଦିଆଯାଇଛି। ଏପ୍ରିଲ ୧ରୁ ଘର କିଣିବା ବହୁତ ଶସ୍ତା ହୋଇଯିବ।

ଜିଏସଟି ପରିଷଦ ଗତ ବୖଠକରେ ନିର୍ମାଣଧୀନ ଘର ଉପରେ ଜିଏସଟି ଦରକୁ ହ୍ରାସ କରାଇ ଏକ ପ୍ରତିଶତ କରିଦିଆଯାଇଥିଲା। ଅନ୍ୟ ଶ୍ରେଣୀ ଘର ଉପରେ କର ଦର କମ୍ କରି ପାଞ୍ଚ ପ୍ରତିଶତ କରିଦିଆଯାଇଛି। ଏହି ନୂଆ ଦର ଏପ୍ରିଏ ୧ରୁ ଲାଗୁ ହେବ।
ନିର୍ବାଚନ ଆୟୋଗ ଠାରୁ ନିଆଯାଇଥିଲା ମଞ୍ଜୁରୀ

ଜିଏସଟିର ଏହି ୩୪ତମ ବୈଠକ ପାଇଁ ଅର୍ଥ ମନ୍ତ୍ରାଳୟ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ଆଣିଥିଲେ। ପରିଷଦ ଗତ ବୈଠକରେ ନିର୍ମାଣଧୀନ ଘର ଉପରେ ଜିଏସଟି ୧୨ ରୁ ହ୍ରାସ ହୋଇ ୫ ପ୍ରତିଶତ ଏବଂ ନିର୍ମାଣ ହୋଇନଥିବା ଘର ହ୍ରାସ ହୋଇ ୮ ରୁ ୧ ପ୍ରତିଶତ କରିଦିଆଯାଇଥିଲା। ଏବେ ଏହାକୁ ଲାଗୁ କରିବା ପାଇଁ ଚର୍ଚ୍ଚା ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.