ଅନୁଗୁଳ: ଜିନ୍ଦଲ ନିକଟରେ ଟ୍ରକ୍‌ ପଛକୁ ଧକ୍କା ଦେଲା ବସ୍‌, ୫ଜଣ ଯାତ୍ରୀ ଗୁରୁତର

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ – ଛେଣିପଦା ୬୩ ନଂମ୍ବର ରାଜ୍ଯ ରାଜପଥରେ ଜିନ୍ଦଲ ନିକଟରେ ଟ୍ରକ୍‌ ପଛରେ ବସ୍‌ ଦେଲା ଧକ୍କା ଦେଇ ଥିବା ବେଳେ ୫ଜଣ ଯାତ୍ରୀ ଗୁରୁତର ଆହତ,୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ।

ସୂଚନା ଯେ, ଶିବଶଙ୍କର ବସ୍‌ ଟି ଦେବଗଡ଼ ରୁ ଭୁବନେଶ୍ୱର ରାତ୍ରୀ ଯାତ୍ରା କରୁ ସମୟରେ ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ଯ ହରାଇ ରାସ୍ତାରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ୍‌ ରେ ପଛରେ ଧକ୍କା ଦେଇଥିଲା ।ଫଳରେ ବସ୍‌ ରେଥିବା ୫ଜଣ ଯାତ୍ରୀ ଗୁରୁତର ଥିବା ବେଳେ ୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଗୁରୁତର ଓ ଆହତ ମାନଙ୍କୁ ପୋଲିସ ଓ ଆମ୍ବୁଲାନ୍ସ ସହାୟତାରେ ଅନୁଗୋଳ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ବସ୍‌ ହେଲପ୍‌ ଙ୍କର ଗୋଡ ଭାଙ୍ଗି ଯାଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.