ସାମାନ୍ଯ ଅସାବଧନତା ନେଇଗଲା ୫ ବର୍ଷ ଶିଶୁର ଜୀବନ, ବାପା ମା’ଙ୍କ ସହ ରାସ୍ତା ପାରି ହେଉଥିବାବେଳେ ଚଢିଗଲା ଟ୍ରକ୍

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ସରଣକୁଳ ବଜାରରେ ଘଟିଛି ଏକ ଦୁଃଖଦ ଘଟଣା । ଧୂସୁମା ଅଂଚଳର ଜଣେ ଦମ୍ପତି ସାଙ୍ଗରେ ଛୋଟ ଶିଶୁଟିକୁ ନେଇ ଦୋକାନରୁ ଜିନିଷ ପତ୍ର କିଣି ସାରି ଫେରୁଥିଲେ । ହେଲେ ରାସ୍ତା ପାର୍ ହେଉଥିବା ବେଳେ ଅସବଧାନ ହେତୁ ଏକ ଟ୍ରକ ପଛ ଚକରେ ୫ ବର୍ଷର ଛୋଟ ଶିଶୁଟିର ଜୀବନ ଚାଲି ଯାଇଥିବା ଜଣାପଡିଛି । ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଦିନ ବେଳା ଏହି ଅଘଟଣ ଘଟିଛି। ତେବେ ପାଞ୍ଚ ବର୍ଷର ଛୋଟ ଶିଶୁର ହାତଟିକୁ ଛାଡି ଦେଇଥିଲେ ଦମ୍ପତି । ଯାହାଫଳରେ ଏହି ସମୟରେ କେ ଟ୍ରକଟି ଆସୁଥିବା ବେଳେ ଶିଶୁଟି ଦୌଡି ଯାଇଥିଲା । ଫଳରେ ଟ୍ରକଟିର ପଛ ଚକରେ ମାଡ଼ ହୋଇଥିଲା।। ଟ୍ରକଟି ଶିଶୁର ଗୋଟେ ଗୋଡ଼ ଉପରେ ଚଢ଼ି ଯାଇଥିଲା । ତୁରନ୍ତ ଶିଶୁଟିକୁ ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା, ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଟ୍ରକ ସହ ଡ୍ରାଇଭରକୁ ଅଟକ ରଖିଛି ସରଣକୁଳ ପୋଲିସ । ଗତ ୧୨ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନା ରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଯୁବକର ଜୀବନ ଚାଲି ଯାଇଥିବାର ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା। ଏବେ ଟିକେ ଅସବାଧାନ ହେତୁ ପୁଣି ପାଞ୍ଚ ବର୍ଷର ଶିଶୁର ଜୀବନ ଚାଲିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.