ଭୁବନେଶ୍ୱରରେ ଆରମ୍ଭ ହୋଇଛି ସର୍ବଭାରତୀୟ ହକି ପ୍ରତିଯୋଗିତା, ଅଂଶଗ୍ରହଣ କଲେ ୫ ଶହ ପ୍ରତିଯୋଗୀ

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ସପ୍ତମ ବାଟାଲିୟନରେ ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ ଚାଲିଛି । ଏହି ପ୍ରତିଯୋଗିତା ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଉଦଘାଟନୀ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି । ଏଥିରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ୨୫ଟି ଦଳ ଭାଗନେଉଛନ୍ତି । ପାଖାପାଖି ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତା ଲିଗ୍‌ କମ୍‌ ନକ୍‌ ଆଉଟ୍‌ ଆଧାରରେ ଖେଳାଯାଉଛି । ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କ୍ରୀଡା ମାସ୍କଟ ‘ଓଲି’କୁ ଏହି ପ୍ରତିଯୋଗିତାରେ ମାସ୍କଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତା ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଗଠନ କରାଯାଇଛି । ପୋଲିସ ଡିଜି ଅଭୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି । କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ୨୧ ତାରିଖରୁ ଖେଳାଯିବ । ୨୪ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.