Below header

ରାଜ୍ୟରେ କରୋନା ସୁସ୍ଥ ବୋର୍ଡରେ ଯୋଡି ହେଲେ ୫୩ ଜଣ, ୫୫୦ ଛୁଇଁଲା ଆରୋଗ୍ୟଙ୍କ ସଂଖ୍ୟା

 ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୫୦ ରେ ପହଂଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନେ କରୋନା ମୁକ୍ତ ଜଣା ପଡିବା ପରେ ସେମାନଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡ଼ିସଚାର୍ଜ କରି ଦିଆଯିବ ବୋଲି ଜଣାପଡିଛି । ଆରୋଗ୍ୟ ଲାଭ କରିଥିବା ଲୋକ ମାନଙ୍କ ଭିତରେ ୩୦ ଜଣ ଗଂଜାମର ଥିବା ବେଳେ ଯାଜପୁର ଜିଲ୍ଲାର ଅଛନ୍ତି ୧୮ ଜଣ ।

ଯେବେକି ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୩ ଜଣ ଥିବା ବେଳେ କେଉଁଝରରୁ ୨ ଜଣ ଥିବା ଜଣାଯାଇଛି । କହି ରଖିବା ଉଚିତ ହେବକି ଆଜି ସକାଳେ ୬୭ ଜଣା ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ଏଯାବତ ରାଜ୍ୟରେ ୨୭ ଜିଲ୍ଲାକୁ ମାରାତ୍ମକ କରୋନା ଭାଇରସ ଛୁଇଁ ସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.