ରିଲାଏନ୍ସ ଲଞ୍ଚ କଲା ଇ-କମର୍ସ ସାଇଟ୍‌ JioMart, ପ୍ରତ୍ୟେକ ଜିନିଷରେ ମିଳୁଛି ବମ୍ପର ଡିସକାଉଣ୍ଟ

ଅଧିକ ଦିନ ପରେ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଲଞ୍ଚ କଲା ଇ-କମର୍ସ ସାଇଟ୍‌JioMart । ଏବେ ଗ୍ରାହକ ଜିଓମାର୍ଟରୁ ଫଳ, ପନିପରିବା, ଦୁଗ୍ଧଜାତୀୟ ଖାଦ୍ୟ ଏବଂ ବେକରୀ ଜିନିଷର ଅର୍ଡର ଦେଇପାରିବେ। ଏହା ଛଡା ଏହିସବୁ ସାମଗ୍ରୀରେ ୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ମିଳିବ। କମ୍ପାନୀ ଏହି ସେବାକୁ ନଭି ମୁମ୍ବାଇ, କଲ୍ୟାଣ ଏବଂ ଥାନେ ଅଞ୍ଚଳରେ ଏହାକୁ ୬ ମାସରୁ ଟେଷ୍ଟି କରୁଥିଲା। ଏବେ ଜିଓମାର୍ଟ ଏହି ସେବା ମୁମ୍ବାଇ, ପୁନେ, ବାଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଏବଂ କଲିକତାରେ ଗ୍ରାହକଙ୍କୁ ସେବାର ସୁବିଧା ମିଳିବ।

jio 1

ଯଦି ଆପଣ ଜିଓମାର୍ଟରୁ ଜିନିଷ ଅର୍ଡର କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣ ଜିଓର ଅଧିକାରିକ ସାଇଟ୍‌କୁ ଯିବାକୁ ହେବ। ତାପରେ ଏକ ବକ୍ସ ଦେଖିବାକୁ ମିଳିବ, ସେଥିରେ ଆପଣ ନିଜ ଅଞ୍ଚଳର ପିନକୋଡ ଦେବାକୁ ହେବ। ଯଦି ଆପଣଙ୍କ ଅଞ୍ଚଳ ଗ୍ରୀନ ଜୋନରେ ରହିଥାଏ, ତେବେ ହିଁ ଆପଣଙ୍କୁ ଡେଲିଭରୀର ବିବରଣୀ ମିଳିବ।

ଜିଓମାର୍ଟ ମୁତାବକ, ଗ୍ରାହକ ୭୫୦ ଟଙ୍କାରୁ ଉର୍ଦ୍ଧ୍ୱ ଜିନିଷ ଅର୍ଡର କଲେ ହିଁ ଫ୍ରି ହୋମ ଡେଲିଭରୀ ଦେଉଛି ଜିଓମାର୍ଟ। ଏହାଠାରୁ କମ୍‌ ମୂଲ୍ୟର ଜିନିଷ ଅର୍ଡର କଲେ ଆପଣଙ୍କୁ ୨୫ ଟଙ୍କା ଚାର୍ଜ ଦେବାକୁ ହେବ। ଏହାଛଡା ଆପଣ ପେମେଣ୍ଟ ଡେବିଟ କିମ୍ବା କ୍ରେଡିଟ୍‌ କାର୍ଡରେ ମଧ୍ୟ କରିପାରିବେ। ଏହାଛଡା ଗ୍ରାହଙ୍କ ସୁବିଧାକୁ ଆଖି ଆଗରେ ରଖି ଡେଲିଭରୀ ପାଇଁ ହ୍ଵାଟସଆପ ନମ୍ବର ମଧ୍ୟ ଜାରି କରିଛି କମ୍ପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.