Below header

ଯାଜପୁର ଜିଲ୍ଲା ଅନ୍ତର୍ଗତ ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁର ସଦର ଥାନା ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବରପଦା ଗ୍ରାମର ହେମନ୍ତ କୁମାର ସାହୁ । ସୂଚନା ଅନୁସାରେ ଆଜି ବଢ଼ି ଭୋରୁ ହେମନ୍ତ ଶୌଚ ହେବା ପାଇଁ ରାସ୍ତା କଡକୁ ଯାଇଥିବା ବେଳେ ଏକ ବାଇକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେମନ୍ତଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ବାଇକ ଚାଳକ ଜଣକ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗସ୍ତ ବାଇକକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.