Below header

ଆପଣ ସବୁ ସମୟରେ N-95 ମାସ୍କ ବ୍ୟବହାର କରୁଛନ୍ତିକି ? ତେବେ ଜାଣି ରଖନ୍ତୁ ଏହାର ସାଇଡ ଇଫେକ୍ଟ

କରୋନା ମହାମାରୀ ସମୟରେ ମାସ୍କ ଆମ ସମସ୍ତଙ୍କ ଜୀବନ ଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଯେବେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କି ଭ୍ୟାକସିନ ବାହାରି ନାହିଁ, ସେପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣକୁ ଆଣିବା ଏକ ପ୍ରକାର ଅସମ୍ଭବ । ତେଣୁ ଏହି ସମୟରେ ଫେସ ମାସ୍କ ପିନ୍ଧିବା, ହାଇଜେନ ମେଣ୍ଟେନ କରିବା, ସାମାଜିକ ଦୂରତା ରକ୍ଷା କରିବା ହିଁ ଏକ ମାତ୍ର ବିକଳ୍ପ । ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବା ପାଇଁ N -95 ମାସ୍କକୁ ସର୍ବଶ୍ରେଷ୍ଠ ମାଧ୍ୟମ ଭାବେ ଧରାଯାଉଛି । ଅବଶ୍ୟ ଅନେକ ଲୋକ ଘରେ ତିଆରି ମାସ୍କ ବି ବ୍ୟବହାର କରୁଛନ୍ତି । ସଂକ୍ରମଣ ଦାଉରୁ ଏହା ରକ୍ଷା କରୁଥିଲେ ମଧ୍ୟ ଏହି ମାସ୍କର ଶରୀର ପ୍ରତି କେତେକ କୁପ୍ରଭାବ ବି ରହିଛି । ଆସନ୍ତୁ ସେ ବିଷୟରେ ଜାଣି ରଖିବା ।

mask

– ବିଶେଷଜ୍ଞଙ୍କ ଅନୁଯାୟୀ ଜୋରରେ ଚାଲୁଥିବା, ଦୌଡିବା, ବା ବ୍ୟାୟାମ କରିବା ସମୟରେ N -95 ମାସ୍କର ବ୍ୟବହାର କରିବା ଅନୁଚିତ ।କାରଣ ଏହି ସବୁ କାମ କରୁଥିବା ସମୟରେ ଶରୀରକୁ ଅଧିକ ପରିମାଣରେ ଅକ୍ସିଜେନ ଆବଶ୍ୟକ ହୋଇଥାଏ । ଯାହା ଏହି ମାସ୍କ ଦେଇ ମିଳିବା ଅସମ୍ଭବ ।

– N -95 ଏକ ମଲ୍ଟିଲେୟର ମାସ୍କ । ଏହା ମୁହଁ ଉପରେ ଘୋଡାଇ ହୋଇ ରହିଥାଏ । ଏଣୁ ଏହା ମାଧ୍ୟମ ଦେଇ ଶ୍ୱାସ ନେବା କଷ୍ଟକର ହୋଇଥାଏ । ଏଥିରେ ପବନତ ଛାଣି ହୋଇ ଆସିଥାଏ । କିନ୍ତୁ ଶରୀରକୁ ଶୁଦ୍ଧ ବାୟୁ ମିଳିପାରି ନଥାଏ ।

– ଦୌଡିବା ଓ ବ୍ୟାୟାମ କରିବା ସମୟରେ ଶ୍ୱାସ ପ୍ରଶ୍ୱାସର ଗତି ମଧ୍ୟ ବଢିଯାଏ । ଫଳରେ ଫୁସଫୁସକୁ ଅଧିକ ଅକ୍ସିଜେନର ଆବଶ୍ୟକତା ପଡିଥାଏ । ତେଣୁ ଏହାକୁ ପିନ୍ଧି ବ୍ୟାୟାମ କରିବା ସମ୍ଭବ ନୁହେଁ ।

– ଅବଶ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଏହି ମାସ୍କ ପିନ୍ଧିବା ଜରୁରୀ । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ୟାୟାମ କରିବା ସମୟରେ ମାସ୍କ ପିନ୍ଧିବା ସେତେଟା ଜରୁରୀ ନୁହେଁ । ବିନା ମାସ୍କରେ ସାମାଜିକ ଦୂରତା ରଖି ବି ଏହା କରାଯାଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.