Below header

ଆଦର୍ଶ ଗ୍ରାମ କଲରାବାଙ୍କରେ ସ୍ବର୍ଗତ ଅନାଦି ଚରଣ ସାମନ୍ତଙ୍କ ୫୫ତମ ଶ୍ରାଦ୍ଧ ଦିବସ ଓ ସ୍ମୃତି ସଭା 

ଆଦର୍ଶ ଗ୍ରାମ କଲରାବାଙ୍କରେ ସ୍ବର୍ଗତ ଅନାଦି ଚରଣ ସାମନ୍ତଙ୍କ ୫୫ ତମ ଶ୍ରାଦ୍ଧ ଦିବସ ଓ ସ୍ମୃତି ସଭା । କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ ପ୍ରଭୁ ରଘୁନାଥ ଜୀଉ ଓ ମହାବୀର ଙ୍କ ମନ୍ଦୀର ପରିସରରେ ଗ୍ରାମର ବରପୁତ୍ର କିଟ, କିସ୍, କିମସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପିତା ଅନାଦି ଚରଣ ସାମନ୍ତଙ୍କର ୫୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ।

ଜଗତସିଂହପୁର : ଆଦର୍ଶ ଗ୍ରାମ କଲରାବାଙ୍କରେ ସ୍ବର୍ଗତ ଅନାଦି ଚରଣ ସାମନ୍ତଙ୍କ ୫୫ ତମ ଶ୍ରାଦ୍ଧ ଦିବସ ଓ ସ୍ମୃତି ସଭା । କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ ପ୍ରଭୁ ରଘୁନାଥ ଜୀଉ ଓ ମହାବୀର ଙ୍କ ମନ୍ଦୀର ପରିସରରେ ଗ୍ରାମର ବରପୁତ୍ର କିଟ, କିସ୍, କିମସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପିତା ଅନାଦି ଚରଣ ସାମନ୍ତଙ୍କର ୫୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ସ୍ବର୍ଗତ ଅନାଦି ଚରଣ ସାମନ୍ତଙ୍କର କନିଷ୍ଠI କନ୍ୟା ତଥା କାଦମ୍ବିନୀ ଓ କୁନିକଥା ସମ୍ପାଦିକା ଡକ୍ଟର ଇତି ସାମନ୍ତ, ଜ୍ୟେଷ୍ଠା କନ୍ୟା ନିରୁପମା ସାମନ୍ତ , କଲରାବାଙ୍କ ଗ୍ରାମ କମିଟି ସଭାପତି ଅଞ୍ଜନ ସାମନ୍ତ, ନୀଳିମାରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସିଇଓ ଦୁର୍ଗା ଚରଣ ସାମନ୍ତ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିସହ ଡକ୍ଟର ଇତି ସାମନ୍ତ ତାଙ୍କ ପିଲାଦିନର କିଛି ଅଭୁଲା ସ୍ମୃତିକୁ ସାଉଁଟିଥିଲେ ।

kalarabanka

ଅନ୍ୟମାନଙ୍କ ମଧ୍ୟରେ ଆଗାମୀ ଓଡିଶାର ସଦସ୍ୟ ପ୍ୟାରୀମୋହନ ପଟ୍ଟନାୟକ, ପ୍ରଫେସର ଶରତ କୁମାର ରାଉତରାୟ, ଅଧ୍ୟାପକ ଆଶିଷ ଚକ୍ରବର୍ତ୍ତୀ, ସୁରେଶ ରାଉତ, ବିଜନ ମହାପାତ୍ର, ଯଦୁନାଥ ଜେନା, ରବୀନ୍ଦ୍ର ମହାପାତ୍ର ଓ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ପ୍ରିନ୍ସିପାଲ ଵିୟତ ମିଶ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅନାଦି ଚରଣଙ୍କର ସ୍ମୃତି ଚାରଣ କରିଥିଲେ ।

ତାଙ୍କ ଜୀବନ ଓ ଲୋକଙ୍କୁ କିଭଳି ଭଲ ପାଉଥିଲେ, ଜୀବଜନ୍ତୁଙ୍କୁ ଦୟା ଭାବ, ପରୋପକାରୀ, ପିଲାଙ୍କ ପାଇଁ ଆଦର୍ଶ ଆଦି ଗୁଣାବଳୀ ଉପରେ ପର୍ଯ୍ୟାଲୋଚନI କରାଯାଇଥିଲା । ପ୍ରଥମେ ସ୍ବର୍ଗତ ଅନାଦି ଚରଣ ସାମନ୍ତଙ୍କ ସ୍ମୃତି ଉଦ୍ୟମରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ଗ୍ରାମବାସୀ, ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.