ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ନୂଆବର୍ଷ ସୁଦ୍ଧା ସରିବ ପ୍ରକଳ୍ପ କାମ ।

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ନୂଆବର୍ଷ ସୁଦ୍ଧା ସରିବ ପ୍ରକଳ୍ପ କାମ । ଏଥିପାଇଁ କାମକୁ ଜୋରସୋରରେ ତ୍ବରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ଭକ୍ତଙ୍କ ସୁବିଧା, ପରିବେଶର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ସାନିଟାରିୟମ୍ ଛକ ନିକଟରେ ନିର୍ମାଣ ହେବାକୁ ଥିବା ବସ୍ ଓ କାର୍ ପାର୍କିଂ, ପର୍ଯ୍ୟଟକଙ୍କ ପାଇଁ ସୁବିଧା, ଭେଣ୍ଡିଂ ଜୋନ୍ ଓ ଲିଙ୍ଗରାଜ ଥାନାର ଅନୁଧ୍ୟାନ କରିଥିଲେ ।

ଦୋକାନୀଙ୍କ ଥଇଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଫାଇଭ୍ ଟି ଅଧ୍ୟକ୍ଷ କହିଛନ୍ତି, ସେମାନଙ୍କ ଜୀବିକାକୁ ଯଥାସମ୍ଭବ ସୁନିଶ୍ଚିତ କରାଯିବା ଆବଶ୍ୟକ। ବିନ୍ଦୁସାଗର ରାସ୍ତାର ସମାନ୍ତରାଳ ଭାବରେ କୋଟି ତୀର୍ଥେଶ୍ୱରରୁ ତାଳେଶ୍ୱର ଯାଏ ବିକଳ୍ପ ରାସ୍ତା ବୁଲି ଦେଖିଥିଲେ । ଏଥିସହ ଜମିର ଆବଶ୍ୟକତା ଓ ଡ୍ରେନର ସମୀକ୍ଷା କରିଥିଲେ। ଡ୍ରେନ୍ ନିର୍ମାଣ ପାଇଁ ଆବଶ୍ୟକ ସ୍ଥଳେ ଜମି ହସ୍ତାନ୍ତର କରିବାକୁ ବିଏମସିକୁ ପରାମର୍ଶ ଦେଇଛନ୍ତି। ଶିବରାତ୍ରୀ ଭଳି ବାର୍ଷିକ କାର୍ଯ୍ୟକ୍ରମରେ ଧାଡ଼ି ପରିଚାଳନା ବ୍ୟବସ୍ଥା ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ସମୀକ୍ଷା ବେଳେ ବୈଜ୍ଞାନିକ ପଦ୍ଧତିରେ ଟ୍ରାଫିକ୍ ପରିଚାଳନା ଉପରେ ଆଲୋଚନା ହୋଇଥିଲା। ଲିଙ୍ଗରାଜ ମନ୍ଦିର ଚାରିପଟେ ସ୍ବଚ୍ଛ ପରିବେଶ ସୃଷ୍ଟି ପାଇଁ ଯାତ୍ରୀ ପରିବହନରେ ବ୍ୟାଟେରୀ ଚାଳିତ ଯାନ ବ୍ୟବହାର କରାଯିବ । ଭକ୍ତଙ୍କୁ ଏକ ଦିବ୍ୟ ଅନୁଭୂତି ଦେବା ଏକାମ୍ର କ୍ଷେତ୍ର ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.