ଝିଅ ସାରା ଓ ପତ୍ନୀଙ୍କ ସହ ପହଲଗାମ୍ ଗଲେ ସଚିନ ତେନ୍ଦୁଲକର, ଓ୍ଵିଣ୍ଟର ଲୁକ୍ରେ ଦେଖାଗଲେ ଷ୍ଟାଇଲିଶ୍
ଫ୍ୟାମିଲି ଟ୍ରିପ୍ରେ ସଚିନ ତେନ୍ଦୁଲକର । ଏବେ ତେନ୍ଦୁଲକର କାଶ୍ମୀର ବୁଲିବାକୁ ଯାଇଛନ୍ତି । ସଚିନଙ୍କ ସହିତ ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ମଧ୍ୟ ଅଛନ୍ତି ।
ଫ୍ୟାମିଲି ଟ୍ରିପ୍ରେ ସଚିନ ତେନ୍ଦୁଲକର । ଏବେ ତେନ୍ଦୁଲକର କାଶ୍ମୀର ବୁଲିବାକୁ ଯାଇଛନ୍ତି । ସଚିନଙ୍କ ସହିତ ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ମଧ୍ୟ ଅଛନ୍ତି । ନିକଟରେ ସଚିନ ତେନ୍ଦୁଲକର ପହଲଗାମରୁ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୩ ଜଣ ତୁଷାରପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି ।
ସଚିନ ତେନ୍ଦୁଲକର ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ୩ ଜଣଙ୍କର ଓ୍ଵିଣ୍ଟର ଲୁକ୍ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ସଚିନ କାମୁଫ୍ଲାଜ ପ୍ୟାଟର୍ନର କାର୍ଗୋ ପିନ୍ଧିଛନ୍ତି ଏବଂ ଏହା ସହିତ ଗ୍ରେ ରଙ୍ଗର ନେକ୍-ହେଡ୍ କ୍ୟାପ୍ ପିନ୍ଧିଛନ୍ତି । କ୍ୟାପ୍ ସହିତ ନେଭି ବ୍ଲୁ ରଙ୍ଗର ସ୍କାର୍ଫ କ୍ୟାରୀ କରିଛନ୍ତି । ପ୍ୟାଡେଡ୍ ଜ୍ୟାକେଟ୍ ସହିତ ବ୍ଲାକ୍ ଗ୍ଲୋଭ୍ସ ଏବଂ ବୁଟ ପିନ୍ଧିଛନ୍ତି ।
ଏହିପରି ଅଞ୍ଜଳି ତେନ୍ଦୁଲକର ମଧ୍ୟ ବ୍ଲାକ୍ ଶାଇନି ପ୍ୟାଡେଡ୍ ଜ୍ୟାକେଟ୍ ପିନ୍ଧିଛନ୍ତି, ଯେଉଁଥିରେ ଫର୍ ଲାଗିଛି । ଏହାସହ ସେ ବ୍ଲାକ୍ ଓ୍ଵଲନ ପ୍ୟାଣ୍ଟ ଏବଂ ଶୁଜ୍ କ୍ୟାରୀ କରିଛନ୍ତି । ଲାଇଟ୍ ବ୍ରାଉନ୍ ରଙ୍ଗର ଟୋପି ମଧ୍ୟ ପିନ୍ଧିଛନ୍ତି । ଝିଅ ସାରା ତେନ୍ଦୁଲକର ବି ମା’ ଅଞ୍ଜଳିଙ୍କ ଭଳି ବ୍ଲାକ୍ ଶାଇନି ପ୍ୟାଡେଡ୍ ଜ୍ୟାକେଟ୍ ଏବଂ ବାଇଗେଣୀ ରଙ୍ଗର ଇନର ପିନ୍ଧିଛନ୍ତି । ଡେନିମ୍ ବ୍ଲୁ ଜିନ୍ସ ସହିତ ଲଙ୍ଗ୍ ଶୁଜ୍ କ୍ୟାରୀ କରିଛନ୍ତି ଏବଂ ବ୍ଲାକ୍ ଓ୍ଵଲନ କ୍ୟାପ୍ ପିନ୍ଧିଛନ୍ତି ।