୨୬ରୁ ଆରମ୍ଭ ହେବ ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନ୍ୟୁମେଣ୍ଟସ୍‌ ରିଭାଇଭାଲ୍‌ ପ୍ଲାନ କାମ, ସମୀକ୍ଷା କଲେ 5T ସଚିବ

ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ବଲଓ୍ଵନ୍ତ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ୫ ଟି ସଚିବ ।

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୬ରୁ ଆରମ୍ଭ ହେବ ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନ୍ୟୁମେଣ୍ଟସ୍‌ ରିଭାଇଭାଲ୍‌ ପ୍ଲାନ କାମ । ପ୍ରସ୍ତାବିତ ଏକାମ୍ର ହେରିଟେଜ ସାଇଟର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ବଲଓ୍ଵନ୍ତ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ୫ ଟି ସଚିବ । କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିବା ପରେ ମାର୍କେଟ କମ୍ପ୍ଲେକ୍ସ ଯାଇଥିଲେ । ନୂଆ ରୂପ ନେବାକୁ ଯାଉଛି ଏକାମ୍ର ନଗରୀ ।

ବହୁ ପ୍ରତିକ୍ଷିତ ଏକାମ୍ରକ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନ୍ୟୁମେଣ୍ଟସ୍‌ ରିଭାଇଭାଲ୍‌ ପ୍ଲାନକୁ ଅନୁମୋଦନ ମିଳିବା ପରେ ଆସନ୍ତା ୨୬ରୁ କାମ ଆରମ୍ଭ ହେବ । ଜୁନ୍‌ ୨୫ରୁ ୨୮ ଯାଏ ଲାଇଟ୍‌ ବ୍ୟବସ୍ଥାରେ ଚମକିବ ପୁରୁଣା ଭୁବନେଶ୍ଵର । ଜୁନ୍‌ ୨୬ ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ଵନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଜୁନ୍‌ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.