ଗଞ୍ଜାମ ପରେ ଗଜପତିରେ 5T ସଚିବ, ଡାକ୍ତରଖାନାରେ ପହଞ୍ଚି କଲେ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ

ଗଞ୍ଜାମ ଗସ୍ତ ପରେ ଗତକାଲି ଗଜପତିରେ ପହଞ୍ଚିଛନ୍ତି 5T ସଚିବ । ସନ୍ଧ୍ୟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା କାର୍ଯ୍ୟ ଓ ଥାନା ପରିଦର୍ଶନ କରି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି ।

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଳାପାଳଙ୍କ ସହ ଫାଇଭ ଟି ସଚିବଙ୍କ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ସଭାଗୃହରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ । ଗଞ୍ଜାମ ଗସ୍ତ ପରେ ଗତକାଲି ଗଜପତିରେ ପହଞ୍ଚିଛନ୍ତି 5T ସଚିବ । ପ୍ରବଳ ବର୍ଷା ସତ୍ବେ ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ନିକଟ ଆର ସୀତାପୁର ସ୍ଥିତ ସିୟୁଟିଏମ୍ ହେଲିପ୍ୟାଡରେ ଅବତରଣ କରିଥିଲେ । ସନ୍ଧ୍ୟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା କାର୍ଯ୍ୟ ଓ ଥାନା ପରିଦର୍ଶନ କରି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି । 5T ସଚିବଙ୍କ ଗଜପତି ଗସ୍ତ ସମ୍ପର୍କରେ ପୂର୍ବରୁ ସୂଚନା ନ ଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଅପ୍ରସ୍ତୁତ ହୋଇ ପଡ଼ିଥିଲା । ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ରାତି ପ୍ରାୟ ୯ଟାରେ ୫-ଟି ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ ।

ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ରାତି ପ୍ରାୟ ୯ଟାରେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ସଫା ସୁତରା ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ଏହାପରେ ଆଦର୍ଶ ଥାନାକୁ ଯାଇ ଷ୍ଟେସନ ଡାଇରୀ ଦେଖିଥିଲେ ।

ଏହାପରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଟାଉନ୍‌ ଥାନାରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ପାଣ୍ଡିଆନ୍‌ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ଫୋନ୍‌ରେ ଆସୁଥିବା ମାମଲା ପଞ୍ଜିକୃତ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ସେହିପରି ମାମଲା ପଞ୍ଜିକୃତ ହେବା ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଥିଲେ ।ଏପରିକି ଥାନାରେ କେହି ତାଙ୍କୁ ଲାଞ୍ଚ ମାଗିଥିଲେ କି ବୋଲି ମଧ୍ୟ ଏତଲାକାରୀଙ୍କ ଠାରୁ ପଚାରି ବୁଝିଥିଲେ । ତେବେ ଚାରି ଜଣ ଯାକ ଅଭିଯୋଗକାରୀ ଥାନା କର୍ମଚାରୀଙ୍କ ସେବାରେ ସନ୍ତୁଷ୍ଟ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଆଜି ଦିନ ୧୦ଟା ବେଳେ ପୁଣି ଗଞ୍ଜାମ ଗସ୍ତ କରିବେ 5T ସଚିବ ।

 

 

Leave A Reply

Your email address will not be published.