ଆଜି ରାଜ୍ଯରେ ୬ଜଣଙ୍କ ମୁଣ୍ଡ ନେଲା କରୋନା, ୧୦୦ପାର୍ କଲା ମୃତକଙ୍କ ସଂଖ୍ଯା

ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି ୬ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଲା। ୬ଜଣଙ୍କ ଭିତରେ କେନ୍ଦ୍ରାପଡାରୁ ଜଣେ ୬୩ ବର୍ଷିୟ ପୁରୁଷ ରହିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ସହିତ ଡାଇବେଟିସ୍, ହାଇପରଟେନସନ୍ ଏବଂ ଇନଟ୍ରା-କ୍ରାନିଆଲ୍ – ହେମୋରରହେଜ୍ ରେ ପୀଡିତ ଥିଲେ । ଏହାସହିତ କଟକର ଜଣେ ୨୬ ବର୍ଷିୟା ଯୁବତୀଙ୍କ ଜୀବନ ନେଇଛି କରୋନା। ସେ ଡାଇବେଟିସ୍ ଓ ହାଇପରଟେନସନ୍ ପୀଡିତ ଥିଲେ ।

ମୃତକଙ୍କ ଭିତରେ ଗଜପତିରୁ ଜଣେ ୬୮ ବର୍ଷିୟ ପୁରୁଷ ରହିଛନ୍ତି । ସେ ମଧ୍ଯ ଡାଇବେଟିସ୍ ଓ ହାଇପରଟେନସନ୍ ପୀଡିତ ଥିଲେ । ଏହାବ୍ଯତିତ ମୃତକଙ୍କ ଭିତରେ ଜଗତସିଂହପୁରରୁ ୫୮ ବର୍ଷିୟ ପୁରୁଷ ରହିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ସହିତ ଲଙ୍ଗସ୍ କ୍ଯାନସରରେ ପୀଡିତ ଥିଲେ ।

ସେହିପରି ଖୋର୍ଦ୍ଧାରୁ ଜଣେ ୭୫ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେ କ୍ରୋନିକ୍ ବ୍ରୋନଚିକଷ୍ଟାସିସରେ ପୀଡିତ ଥିଲେ। ଏହାସହିତ ରାୟଗଡାରେ ମଧ୍ଯ ଜଣେ ୭୪ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେ ପୀଡିତ ହାଇପରଟେନସନ୍ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.