ଚୋରା ଚାଲାଣ ବେଳେ ୧୭୭ କେଜିର ଗଞ୍ଜେଇ ଜବତ, ଚାଲଣକାରୀ ଗିରଫ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ରୂମେସ-ପରମାଗୁଡା ରାସ୍ତାରେ ପେଟ୍ରୋଲିଙ୍ଗ କଲାବେଳେ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଜଣକ ହେଲେ ପରମାଗୁଡା ଗ୍ରାମର ରଙ୍ଗନାଥ ନାୟକ। ସୂଚନା ଅନୁଯାୟୀ ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥିଙ୍କ ନିର୍ଦେଶ କ୍ରମେ ପୋଲିସ ପେଟ୍ରୋଲିଙ୍ଗ ସମୟରେ ରାସ୍ତା ପାର୍ଶ୍ୱରେ ଜଣେ ବ୍ୟକ୍ତି ୮ଟି ବସ୍ତା ସହ ଗାଡିକୁ ଅପେକ୍ଷା କରିଥିଲା। ଏହି ସମୟରେ ପୋଲିସ ସନ୍ଦେହରେ ବସ୍ତା ଗୁଡିକୁ ଯାଞ୍ଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା l ଜବତ ଗଞ୍ଜେଇର ଓଜନ ୧୭୭ କେଜି ରହିଥିବା ଜଣାପଡିଛି l ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.