ନବରଙ୍ଗପୁର: ଯମ ପରି ଠିଆ ହୋଇଥିଲା ପାଣି ଭିଜା କାନ୍ଥ, ଆଜି ହଠାତ ଭୁଶୁଡ଼ି ପଡ଼ି ୬ ମାସର ଶିଶୁ କନ୍ୟାର ନେଇଗଲା ଜୀବନ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ କାନ୍ଥ ଭୁଶୁଡ଼ି ୬ ମାସର ଶିଶୁ କନ୍ୟାର ମୃତ ଘଟିଛି।  ପୁଜାରିଭରଣ୍ଡି ଗ୍ରାମର ରାମ ଗଣ୍ଡଙ୍କ ଛଅ ମାସର ଶିଶୁ କନ୍ୟା ଆଜି ଘର ବାରଣ୍ଡାରେ ଶୋଇ ଥିବା ବେଳେ କାନ୍ଥ ପଡି ଯାଇଥିଲା। ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ କାନ୍ଥଟି ପାଣିରେ ଭିଜି  ଦୁର୍ବଳ ହୋଇ ଯାଇଥିଲା।

ଆଜି ହଠାତ୍ କାନ୍ଥଟି ଭୁଶୁଡି ପଡି  ଶିଶୁ କନ୍ୟା ଉପରେ ପଡିଯାଇଥିଲା। ଯାହା ଫଳରେ ଶିଶୁ କନ୍ୟାଟି  କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.