ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ,୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

କେନ୍ୟୁଜ୍(ବ୍ୟୁରୋ):  ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍‌ କଟକଣାରେ ସେପ୍ଟେମ୍ବର ୯ ତାରିଖ ଯାଏ ଅଧିବେଶନ ଚାଲିବ ।

ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍‌ ବିଜନେସ୍‌ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍‌ ମେମ୍ବର୍ସ ବିଜନେସ୍‌ ପାଇଁ ଧାର୍ଯ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହରେ ଆଗତ ହୋଇପାରେ । ଚଳିତ ଅଧିବେଶନରେ କମ୍ପିପାରେ ବିଧାନସଭା । ସରକାରଙ୍କୁ ଘେରିବା ପାଇଁ ସରକାରଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.