Below header

ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର

ରାୟଗଡା (କେନ୍ୟୁଜ): ଆଜି ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ଟଙ୍କା, ୪୬ ଗ୍ରାମ ସୁନା ଓ ୧କେଜି ୭୭୫ଗ୍ରାମ ରୁପା ଅଳଙ୍କାର ସହ କିଛି ପୁରୁଣା ୧ହଜାର ଓ ୫ଶହ ଟଙ୍କା ନୋଟ ସହ ବିଦେଶୀ ଡଲାର ମିଳିଥିବା ମନ୍ଦିର ଟ୍ରଷ୍ଟି ପକ୍ଷରୁ ପ୍ରକାଶ କରାଯାଇଛି ।

ଗତ ଅଗଷ୍ଟ ମାସ ୨୪ତାରିଖରେ ଶେଷ ଥର ହୁଣ୍ଡି ଖୋଲାଯାଇଥିଲା । ପୁଣି ୪ମାସ ପରେ ଆଜି ହୁଣ୍ଡିଗୁଡିକ ଖୋଲାଯାଇଥିଲା । ଆଉ ନଗଦ ଟଙ୍କା ଗଣତିରେ ଜେକେପୁର ଭେଙ୍କେଟେଶ୍ୱର ମନ୍ଦିର ସେବାୟତ,ସାଇ ମନ୍ଦିର ଭକ୍ତ ସହ ଜେମ୍ସ ଟ୍ଯୁଟିରିଆଲ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଦାନହୁଣ୍ଡିରୁ ଆଦାୟ ହୋଇଥିବା ନଗଦ ଟଙ୍କା ୟୁନିୟନ ବ୍ଯାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବ ବୋଲି ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି । ଗଣତି ସମୟରେ ରାୟଗଡା ତହସିଲଦାର ତଥା ଦେବତ୍ତୋର ଅଧିକାରୀ ତାପସ କୁମାର ରାଉତ,ଏଣ୍ଡୋମେଣ୍ଟ ନିରୀକ୍ଷକ ସୁଶାନ୍ତ ପୂଜାରୀଙ୍କ ସମେତ ଅନ୍ଯମାନେ ଉପସ୍ଥିତ ରହିଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.